ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ…ସୁସ୍ଥ ହୋଇ ଘରକୁ ଫେରିଲେ

ବାସ୍ତବ ବ୍ୟୁରୋ- କ୍ୟାପିଟାଲ ହସ୍ପିଟାଲରୁ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

H & FW Dept Odisha@HFWOdisha

The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.1,30110:03 AM – Apr 3, 2020Twitter Ads info and privacy481 people are talking about this

ଏହି ଆକ୍ରାନ୍ତଙ୍କ ଘର ଭୁବନେଶ୍ଵରର ବଡ଼ଗଡ଼ ଅଞ୍ଚଳରେ। ଗତ ମାର୍ଚ୍ଚ ୬ ତାରିଖରେ ସେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ। ପରେ ୧୨ ତାରିଖରେ ଟ୍ରେନ ଯୋଗେ ଭୁବନେଶ୍ଵର ଆସିଥିଲେ। ସେ ଥଣ୍ଡା, ଜ୍ଵରରେ ଆକ୍ରାନ୍ତ ଥିଲେ। ଥଣ୍ଡାଜ୍ଵର ନ କମିବାରୁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ। ସେଠାରେ ତାଙ୍କର ରକ୍ତ ନମୁନା ଏବଂ ସ୍ବାବ୍‌ ପରୀକ୍ଷା ପାଇଁ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର(ଆରଏମଆରସି)କୁ ପଠାଯାଇଥିଲା। ସେଠାରେ ପରୀକ୍ଷାନିରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା:କରୋନାରେ ୨୩୦୧ ଆକ୍ରାନ୍ତ, ୧୫୬ ସୁସ୍ଥ ଓ ୫୬ ମୃତ

Fri Apr 3 , 2020
ବାସ୍ତବ ବ୍ୟୁରୋ- ଦେଶରେ କରୋନା ଭୂତାଣୁ କାୟା ବିସ୍ତାର ମେଲେଇ ଚାଲିଥିବା ବେଳେ ଆଜି ସକାଳ ୯ ତା ସୁଦ୍ଧା ସମଗ୍ର ଦେଶରେ ୨୩୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୬ […]

You May Like

Pin It on Pinterest