ଓଡିଶାର ପ୍ରଥମ ମହିଳା ସାଂସଦ ଜୟନ୍ତୀ ପଟ୍ଟନାୟକ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ…

ସଞ୍ଜୟ ଶତପଥୀ(କଟକ):ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତ ଜାନକୀ
ବଲ୍ଲଭ ପଟ୍ଟନାୟକଙ୍କ ଧର୍ମ ପତ୍ନୀ, ପୂର୍ବତନ କଟକ ସାଂସଦ ଜୟନ୍ତୀ ପଟ୍ଟନାୟକ, ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ କଟକର ସାଂସଦ ରହିଥିଲେ। ଗଞ୍ଜାମ ଜିଲ୍ଲା ଆସିକାରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ।

ସେ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା ସହ ଜଣେ ସୁବକ୍ତା ମଧ୍ୟ ଥିଲେ। ଜୟନ୍ତୀ ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ଥିଲେ ଜୟନ୍ତୀ ପଟ୍ଟନାୟକ । ୧୯୮୧ ମସିହାରେ ସେ କଂଗ୍ରେସ ଦଳର ସଂସଦ ଭାବେ କଟକରୁ ନିର୍ବାଚିତ ହୋଇଥିଲେ ।

ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହା ଏପ୍ରିଲ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା ହରିହର ବିଦ୍ୟାଳୟରୁ ଶେଷକରି ସେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଓ ବମ୍ବେରେ ଥିବା ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୫୩ରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

ତାଙ୍କ ରାଜନୈତିକ ଜାବନରେ ମୋଟ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୧ରେ ପ୍ରଥମ ମହିଳା ଭାବେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପରେ ଦ୍ୱିତୀୟ ଥର ୧୯୮୪ ମସିହାରେ ସେ କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ। ପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇ ପୁଣିଥରେ ସାଂସଦ ହୋଇଥିଲେ। କେବଳ ସେତିକି ନୁହେଁ ୧୯୯୬ରେ ସେ ରାଜ୍ୟସଭାର ତାଙ୍କୁ ରାଜ୍ୟ ସଭା ସାଂସଦ ଭାବେ ମନୋନିତ କରାଯାଇଥିଲା। ଜୟନ୍ତୀଙ୍କ ମୃତ୍ୟୁରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବବ୍ରତ ଆଜି ଚତୁର୍ଥ ଦିନ: ମାତା କୁଷ୍ମାଣ୍ଡା ସମଗ୍ର ସୃଷ୍ଟି ସୁରକ୍ଷା ପ୍ରଦାନ କରନ୍ତି ...

Thu Sep 29 , 2022
ମା’କୁଷ୍ମାଣ୍ଡା ଙ୍କୁ ନବବ୍ରତୀର ଚତୁର୍ଥ ଦିନରେ ପୂଜା କରାଯାଏ। ମା’ କୁଷ୍ମାଣ୍ଡାଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ରୋଗ ଏବଂ କଷ୍ଟ ଦୂର ହୋଇଯାଏ। ଦେବୀ ମା’ କୁଷ୍ମାଣ୍ଡା ହେଉଛନ୍ତି ନବରାତ୍ରୀଙ୍କ ଚତୁର୍ଥ ଦିନର ଆରାଧ୍ୟ ଦେବୀ | ବ୍ରହ୍ମାଣ୍ଡର ମାଧ୍ୟମ ହେଉଛନ୍ତି ମାତା କୁଷ୍ମାଣ୍ଡା| ଡ଼.ନବକିଶୋର ମିଶ୍ର ମା’ଙ୍କୁ ନବବ୍ରତୀର ଚତୁର୍ଥ ଦିନରେ ପୂଜା କରାଯାଏ। ମା ଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ରୋଗ ଏବଂ ଦୁଃଖ […]

You May Like

Pin It on Pinterest