କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା:କରୋନାରେ ୨୩୦୧ ଆକ୍ରାନ୍ତ, ୧୫୬ ସୁସ୍ଥ ଓ ୫୬ ମୃତ

ବାସ୍ତବ ବ୍ୟୁରୋ- ଦେଶରେ କରୋନା ଭୂତାଣୁ କାୟା ବିସ୍ତାର ମେଲେଇ ଚାଲିଥିବା ବେଳେ ଆଜି ସକାଳ ୯ ତା ସୁଦ୍ଧା ସମଗ୍ର ଦେଶରେ ୨୩୦୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ଅନ୍ୟପଟେ ସାରା ବିଶ୍ଵରେ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ଟପିଛି। ଏମାନଙ୍କ ଭିତରୁ ଆମେରିକାରେ ସର୍ବାଧିକ ଆକ୍ରାନ୍ତ ୨ଲକ୍ଷ ୪୫ ହଜାର ରହିଛନ୍ତି। ସେହିପରି ଇଟାଲୀରେ ୧ ଲକ୍ଷ ୧୫ ହଜାର ଏବଂ ସ୍ପେନରେ ୧  ଲକ୍ଷ ୧୨ ହଜାର ଆକ୍ରାନ୍ତ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୪୮ ଘଣ୍ଟା ପାଇଁ କଟକ,ଭୁବନେଶ୍ୱର ଓ ଭଦ୍ରକ ସଟଡାଉନ୍

Fri Apr 3 , 2020
ବାସ୍ତବ ବ୍ୟୁରୋ- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର ଓ ଭଦ୍ରକ ସହର । ଆଜି ଏ ସଂକ୍ରାନ୍ତରେ ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଓ […]

You May Like

Pin It on Pinterest