
ପ୍ରମୋଦ ନାୟକ(ଭୁବନେଶ୍ବର):ଜନତା ମଇଦାନରେ ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏତେଦିନେ ମୁହଁ ଖୋଲିଲେ, ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,ବିଜେପିର ରାଜନୈତିକ ଦିଗ କଣ ହେବ ବୋଲି ସନ୍ଦେହରେ ଥିଲେ ଓଡ଼ିଶାବାସୀ ,ସମସ୍ତଙ୍କ ମନରେ ପ୍ରଶ୍ନ କେବେ ବାଜିବ ଦୁନ୍ଦୁଭି ? ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନେଇ ମାର୍ଗଦର୍ଶନ କରିଥିଲେ।
ନିର୍ବାଚନ ସମୟରେ କୁଆଡ଼େ ଗଲା ରାଜ୍ୟ ସରକାର କୃଷକଙ୍କ ପାଇଁ ଘୋଷଣା ହୋଇଥିବା ୧୦ ହଜାର ଟଙ୍କା ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି, ରାଜ୍ୟ ସରକାର ତାଲିକା ଦେଉନାହାନ୍ତି,ଏମଏସପି ମିଳୁନି ।ସରକାରର ମୁଖା ନ ଖୋଲିବା ଯାଏଁ ବିଶ୍ରାମ ନାହିଁ’ । ଧର୍ମେନ୍ଦ୍ର କହିଛନ୍ତି, ଚାଷୀମାନଙ୍କୁ କେନ୍ଦ୍ରୀୟ ସହାୟତା ବାବଦ ଟଙ୍କା ମିଳିପାରୁନି । ଓଡ଼ିଶାର ଚାଷୀଙ୍କ ଧାନକୁ ଠିକ୍ ମୂଲ୍ୟ ଦେଇ କିଣାହେଉନି । ଓଡ଼ିଶାର ଚାଷୀଙ୍କ ଧାନକୁ ୧୨ ରୁ ୧୩ ଶହ ଟଙ୍କାରେ କିଣୁଛନ୍ତି ମିଲର ।
ମାତୃ-ଶିଶୁ ମୃତ୍ୟୁହାର କେନ୍ଦ୍ର ସରକାର କମାଉଥିବା ବେଳେ ଓଡ଼ିଶାରେ ବଢୁଛି। ଓଡ଼ି଼ଶାରେ ବାହାପିଆ ନୀତି, ଆଖିରେ ଅନ୍ଧ ପୁଟୁଳି, ଧୃତରାଷ୍ଟ୍ର ନୀତି କାରଣରୁ ଏଭଳି ଦୁର୍ଦଶା ଘଟୁଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ଓ ଓଡ଼ିଶାରେ ପିଡବ୍ଲ୍ୟୁଡି କୋଡ଼କୁ ବଦଳେଇ ଦଳୀୟ ଲୋକଙ୍କୁ ଟଙ୍କା ବଣ୍ଟା ଯାଉଛି। ପଛୁଆ ବର୍ଗଙ୍କୁ ଅବହେଳା କଥା ଉଠାଇ ଧର୍ମେନ୍ଦ୍ର କହିଛନ୍ତି, ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉନାହିଁ। ଓଡ଼ିଶା ଏକ ମାତ୍ର ରାଜ୍ୟ ଏହି ଅଧିକାରକୁ ଆଙ୍ଗୁଠି ଗେଞ୍ଜି ଛଡେଇ ନେଉଛନ୍ତି।
ଓଡ଼ିଶାରେ ବସ୍ତାରେ,ସାଇକେଲରେ ଆଦିବାସୀ ଲୋକ ନିଜ ବାପାର ଶବକୁ ବୋହିକି ନେଉଛି ।କେବଳ ମୋଦି ସରକାର ବେଳେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ମିଳୁଛି । ପ୍ରଚାରସର୍ବସ୍ଵ ସରକାରର ମୁଖା ନ ଖୋଲିବା ଯାଏଁ ବିଶ୍ରାମ ନେବାନି ‘।ଆପଣ ମାନେ ପରିଶ୍ରମ ନ କଲେ ଓଡ଼ିଶାର ଭାଗ୍ୟ ବଦଳିବନି ବୋଲି କହିଛନ୍ତି ଧର୍ମେନ୍ଦ୍ର।