ରାଜ୍ୟରେ ଜାରି ରହିବ ମାଗଣା କୋଭିଡ ଟିକାକରଣ…

ବାସ୍ତବ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟରେ ଆଗକୁ ମଧ୍ୟ ଜାରି ରହିବ ମାଗଣାରେ ଟିକାକରଣ । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି, ଗତ ଜୁଲାଇ ୧୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ମାଗଣା କୋଭିଡ ଟିକାକରଣର ଚାଲିଥିଲା। ଯଦିବା ସେପ୍ଟେମ୍ବର ୩୦ରେ ମାଗଣା ଟିକାକରଣ ସରିଯାଇଛି ତଥାପି ଆଗକୁ ମାଗଣା ଟିକାକରଣ ଚାଲୁରହିବ।

ଏହି କ୍ରମରେ ୧୮ ରୁ ୫୯ ବୟସର ଲୋକଙ୍କୁ ମାଗଣାରେ ଟୀକା ଦିଆ ହେଉଥିଲା। ଏହି ଅବଧି ମଧ୍ୟରେ ଏକ କୋଟି ୨୧ ଲକ୍ଷ ୫୦ହଜାର ପ୍ରିକସନ ଡୋଜ ଟୀକା ଦିଆ ଯାଇଛି। ୬୦ ବର୍ଷରୁ ଊର୍ଦ୍ଧ୍ଵ ଲୋକଙ୍କୁ ମାଗଣା ଟୀକା ଆଗରୁ ଦିଆଯାଉଥିଲା। ସେମାନଙ୍କର ୪୫ ପ୍ରତିଶତ ଲୋକ ମଧ୍ୟ ଟୀକା ନେଇ ସାରିଛନ୍ତି। ୩୮ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି।

ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ବନ୍ଦ ପାଇଁ କୌଣସି ନିର୍ଦେଶ ଆସିନାହିଁ। ତେଣୁ ରାଜ୍ୟରେ ଯେତିକି ଟୀକା ମହଜୁଦ ଅଛି ସେଗୁଡିକ ନସରିବା ଯାଏଁ ମାଗଣା ଟିକାକରଣ ଚାଲୁରହିବ। ସାଢ଼େ ତିନି ଲକ୍ଷ ଟୀକା ରାଜ୍ୟରେ ଏବେ ମହଜୁଦ ଅଛି। ଆଜି କିମ୍ବା କାଲି ଭିତରେ ଆଉ କିଛି ଟୀକା ଆସିବାର ଅଛି। ପ୍ରିକସନ ଡୋଜ ନେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଅଛି। ଓଡ଼ିଶାରେ ଏକ କୋଟି ୨୧ ଲକ୍ଷ ୫୦ ହଜାର ୨୪୩ ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଛନ୍ତି। ବର୍ତ୍ତମାନ ୧୧୫୦ ଟୀକା କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ,ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ- ଜୟ ନାରାୟଣ ମିଶ୍ର

Sun Oct 2 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ୨୦୨୪ରେ ଓଡ଼ିଶାକୁ ବିଜେଡ଼ି ମୁକ୍ତ କରିବୁ,ସରକାରଙ୍କ ୨୨ବର୍ଷର କାରନାମାକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ । ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ବୁଥ୍ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇ ଯିବାପରେ, ବିଜେପି କର୍ମୀଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ତେ ଉତ୍ସାହିତ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶନିବାର ନଡ୍ଡାଙ୍କ ବ୍ଲୁ ପ୍ରିଣ୍ଟ ନେଇ ସୂଚନା […]

You May Like

Pin It on Pinterest