ମା’ ବିରଜାଙ୍କ ପୀଠରେ ମହା ସମାରୋହରେ ପାଳିତ ହେଲା ମହାଷ୍ଟମୀ ପୂଜା….

ଦେବବ୍ରତ ପଣ୍ଡା(ଯାଜପୁର) ୦୨/୧୦: ଦୁର୍ଗତି ନାଶିନୀ ମା ଦୁର୍ଗାଅଙ୍କର ଡରାଵତାରଣରେ ଧାରା ଉଲ୍ଲସିତ।ସବୁଠି ମାଙ୍କ ଆଗମନି ବାର୍ତା,ପୁରା ପଲ୍ଲୀରେ ମାଙ୍କ ପୂଜାର୍ଚ୍ଚନା,ଆନନ୍ଦର ଫୁଆର । ମୃଣ୍ମୟୀ ମୁର୍ତ୍ତି ଦେବୀ ମଣ୍ଡପରେ ଆଜି ମହାସପ୍ତମୀ ପୂଜା ହେଉଥିବା ବେଳେ ପିଠେ’ ଅଷ୍ଟମୀ ପୂଜା କରାଯାଉଛି । ଏହି ପରି ପେକ୍ଷିରେ ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ରବିବାର ବ୍ରାହ୍ମ ମୁହୁର୍ତ୍ତରୁ ଶ୍ରଦ୍ଧାଳୁମାନେ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିଗେଟର ବ୍ୟବସ୍ଥା କରାଯାଇଥିଲା।

ବୈତରଣୀ ଜଳରେ ମାଙ୍କୁ ପ୍ରାତଃ ସ୍ନାନ କରିଯିବା ପରେ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଅଘଟଣ ପାଇଁ ସୁରକ୍ଷା ଦୃଷ୍ଟିରୁ ସାଧା ପୋଷାକ ଧାରୀ ପୋଲିସ ମୁତୟନ ହୋଇଥିଲେ। ମାଙ୍କ ପାଖେ ରାତିରେ ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ମଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମେଦାନ୍ତ ହସ୍ପିଟାଲର ଆଇସିୟୁରେ ମୁଲାୟମ ସିଂ ଯାଦବ: ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ; ପ୍ରଧାନମନ୍ତ୍ରୀ ଅଖିଳେଶଙ୍କ ସହ କଥା ହେଲେ…

Mon Oct 3 , 2022
ବାସ୍ତବବ୍ୟୁରୋ:ରବିବାର ଦିନ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ୟୁପି ସିଏମ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅମ୍ଳଜାନ ସ୍ତର ଯଥେଷ୍ଟ ହ୍ରାସ ପାଇଛି | ତାଙ୍କ ଚିକିତ୍ସା ପାଇଁ ଏକ ମେଡିକାଲ ପ୍ୟାନେଲ ଗଠନ କରାଯାଇଛି। ସେ ୨୬ ସେପ୍ଟେମ୍ବରରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅଖିଳେଶ ଯାଦବ, ପତ୍ନୀ ଡିମ୍ପଲ୍ ଏବଂ ପୁଅ […]

You May Like

Pin It on Pinterest