ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ ରାକେଟ,ପୁଅ ମାନଙ୍କୁ ଭୁବନେଶ୍ୱରକୁ ଡକାଇ ଭକୁଆ ବାନାନ୍ତି ଏହି ଯୁବତୀ…

ଭୁବନେଶ୍ୱର ୦୪/୧୦: ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ ରାକେଟ ।୪ ଜଣ ପୁଅ ସମେତ ଜଣେ ଯୁବତୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ମଧ୍ୟ ୯ ଜଣରୁ ଅଧିକ ଲୋକଙ୍କୁ ଏହି ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି ।

ପୁଅ ମାନଙ୍କୁ ଭୁବନେଶ୍ୱରକୁ ଡକାଇ ଭକୁଆ ବାନାନ୍ତି ଏହି ଗ୍ୟାଙ୍ଗ । ଏମାନଙ୍କ ୧୫ ଟି ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି । ନଗଦ ୮୭ ହଜାର ଟଙ୍କା ସହିତ ୧୧ଟି ମୋବାଇଲ ଫୋନ୍ ଏବଂ ପୁଳା ପୁଳା ସିମ୍‌ କାର୍ଡ, କ୍ୟୁଆର୍‌ କୋଡ୍‌ ସ୍କାନ୍‌ର ମଧ୍ୟ ଜବତ କରିଛି ପୋଲିସ୍‌ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଅନୁଗୁଳ ଗସ୍ତ...

Wed Oct 5 , 2022
ଭୁବନେଶ୍ୱର୦୫/୧୦: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଜି ଅନୁଗୁଳ ଗସ୍ତ କାର୍ଯ୍ୟକ୍ରମ। ତାଳଚେର ମୁନିସିପାଲଟିର ୧୮ ନମ୍ବର ୱାର୍ଡରେ ଏକ କଲ୍ୟାଣ ମଣ୍ଡପର ଭୂମିପୂଜନ ଉତ୍ସବରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଅପରାହ୍ନ ୪ଟା ରେ ଯୋଗଦେବେ। ଏହା ପରେ ଶ୍ରୀ ପ୍ରଧାନ ସନ୍ଧ୍ୟା ୭ଟାରେ ତାଳଚେର ସାଉଥବଲଣ୍ଡାରେ ରାବଣ ପୋଡି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥର ହୋଇଛି। ଏଥିପାଇଁ ତାଳଚେର ବିଜେପି ପକ୍ଷରୁ ରାବଣ ପୋଡି ପାଇଁ […]

You May Like

Pin It on Pinterest