ଚାନ୍ଦା ଆଦାୟକୁ ବିରୋଧ କରି ଭଦ୍ରକ ବସ ସିଣ୍ଡିକେଟ୍ ପକ୍ଷରୁ ବସ ଚଳାଚଳ ବନ୍ଦ…

ଭଦ୍ରକବ୍ୟୁରୋ:୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ଭଦ୍ରକ ବସ ସିଣ୍ଡିକେଟ୍ ପକ୍ଷରୁ ବସ ଚଳାଚଳ ବନ୍ଦ।ବେଆଇନ ଚାନ୍ଦା ଆଦାୟ କରିବା ସହ ବାସ କର୍ମଚାରୀ ମାନଙ୍କୁ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି ଏହି ଅସାମାଜିକ ଚାନ୍ଦା ଆଦାୟକାରୀ ।

ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି । ଫଳରେ ଅନ୍ୟ ଷ୍ଟପେଜରେ ବସ୍ ଠିକ ସମୟରେ ପହଞ୍ଚିପାରୁନାହିଁ । ପ୍ରତିବାଦରେ ଭଦ୍ରକ ବସ୍ ସିଣ୍ଡିକେଟର କୌଣସି ବସ ବାଲେଶ୍ୱର , କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉନାହିଁ । ସମସ୍ୟା ନେଇ ପୋଲିସ ଓ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେଣୁ ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିଛି ଭଦ୍ରକ ବସ ସିଣ୍ଡିକେଟ୍ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ ରାକେଟ,ପୁଅ ମାନଙ୍କୁ ଭୁବନେଶ୍ୱରକୁ ଡକାଇ ଭକୁଆ ବାନାନ୍ତି ଏହି ଯୁବତୀ...

Tue Oct 4 , 2022
ଭୁବନେଶ୍ୱର ୦୪/୧୦: ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ ରାକେଟ ।୪ ଜଣ ପୁଅ ସମେତ ଜଣେ ଯୁବତୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ୍ । ଦେହ ବ୍ୟବସାୟ ପାଇଁ ଜଣେ ଯୁବକଙ୍କ ଠାରୁ ୨୭ ହଜାର ଟଙ୍କାରୁ ଅଧିକ ଠକିଥିଲା ଏହି ଯୁବତୀ । ପୂର୍ବରୁ ମଧ୍ୟ ୯ ଜଣରୁ ଅଧିକ ଲୋକଙ୍କୁ ଏହି ଯୁବତୀ ଠକିଥିବା ଜଣାପଡ଼ିଛି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ […]

You May Like

Pin It on Pinterest