ଲଘୁଚାପ ପ୍ରଭାବରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ, ଆସୁଛି ୭ ଓ୧୩ ତରିଖରେ ଦୁଇଟି ସାମୁଦ୍ରିକ ଘୂର୍ଣ୍ଣିବଳୟ

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ସାରା ରାଜ୍ୟରେ ପ୍ରବଳ ବର୍ଷା । ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଆଜି ହାଲକା ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବ। କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ବରରେ ଦିନ ଦିନ ସାରା ବର୍ଷା ହେବନାହଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ପାଣିପାଗ ବିଭାଗର ଆକଳନ ଅନୁଯାଇ,ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୭ ଓ୧୩ ତରିଖରେ ଦୁଇଟି ସାମୁଦ୍ରିକ ଘୂର୍ଣ୍ଣିବଳୟ ହେବା ସଂକେତ ମିଳୁଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୃଷ୍ଟ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ବେଳେ ଏହା ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ବିଶେଷକରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାରେ ୭୦ରୁ ୨୦୦ ମିମି ଓ ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଖୋର୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ,ଲଘୁଚାପଟି ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ। ଫଳରେ ରାଜ୍ୟରେ ୫ତାରିଖ ବର୍ଷାର ପ୍ରକୋପ କିଛି ମାତ୍ରାରେ କମିବ। କିନ୍ତୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଜଗପତି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସୋମବାର ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ୪ ତାରିଖ ସମଗ୍ର ଉପକୂଳ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ହୋଇଛି। ୫ ତାରିଖରେ ବି ଏହା ଜାରି ରହିବ। ୭ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ଦ୍ବିତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଏହାର ପ୍ରଭାବରେ କେନ୍ଦ୍ରାପଡ଼ାର ଦକ୍ଷିଣସ୍ଥ ଉପକୂଳ ଜିଲ୍ଲା (ଜଗତସିଂହପୁର, କଟକ, ପୁରୀ, ନୟାଗଡ଼ ଓ ଗଞ୍ଜାମ)ରେ ୮ ଓ ୯ ତାରିଖ ଦୁଇ ଦିନ ମଧ୍ୟମଧରଣର ବର୍ଷା ହୋଇପାରେ। ୧୦ ରୁ ୧୨ ରାଜ୍ୟର କିଛି କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେଲେ ବି ପାଗ ଶୁଖିଲା ରହିବ। ୧୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଏହି ମାସର ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଂକେତ ମିଳୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାନବ ସହିତ ଉଡ଼ିବା ପାଇଁ ଦେଶର ପ୍ରଥମ ଡ୍ରୋନ୍ ପ୍ରସ୍ତୁତ:ଶୀଘ୍ର ନୌସେନାରେ ସାମିଲ ହେବ...

Wed Oct 5 , 2022
ବାସ୍ତବବ୍ୟୁରୋ:ଏକ ମାନବ ଉଡ଼ୁଥିବା ଡ୍ରୋନ୍ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛି। ଏହି ଡ୍ରୋନର ନାମ ବରୁଣ ରଖାଯାଇଛି | ଏହା ୧୦୦ କିଲୋଗ୍ରାମ ଓଜନ ସହିତ ଉଡିପାରେ | ୨୫ରୁ ୩୦ କି.ମି. ୩୦ ମିନିଟରେ ଯାତ୍ରା ସମାପ୍ତ କରିବ | ଭାରତୀୟ ନୌସେନା ନିଜ ବିବୃତ୍ତିରେ କହିଛି ଯେ ପୁଣେରେ ଅବସ୍ଥିତ ଭାରତୀୟ ଷ୍ଟାର୍ଟଅପ୍ ସାଗର ଡିଫେନ୍ସ ଇଞ୍ଜିନିୟରିଂ ପିଭି ଲିମିଟେଡ୍ ଦ୍ୱାରା ଏହି ଡ୍ରୋନ୍ ପ୍ରସ୍ତୁତ […]

You May Like

Pin It on Pinterest