୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବାସ୍ତବ ବ୍ୟୁରୋ-ରାଜ୍ୟରେ ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ବୃଦ୍ଧିପାଇବାରେ ଲାଗିଲାନି । ଆଜି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ । ପ୍ରଦୀପ୍ତଙ୍କ ସ୍ତ୍ରୀ, ଝିଅଙ୍କ ସମେତ ତାଙ୍କ ଘରେ ଭଡାରେ ରହୁଥିବା ବ୍ୟକ୍ତି ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା । ସେହିପରି ବମିଖାଲ-୩, କଟକ-୧, ପୁରୀ- ୧, ଯାଜପୁର-୧ ଓ ଭଦ୍ରକ-୨ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ବିଏମସି ସିଲ କରିଛି ।  ଏକ୍ରାମ ହଲରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗାମଣ୍ଡପ ଏବଂ ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ କରିଛି । ସେହିପରି ପୁରୀ କୁମ୍ଭାରପଡାରେ ଜଣେ ବ୍ୟକ୍ତି ନିଜାମୁଦ୍ଦିନ୍ ରୁ ଫେରି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ୨୭ ତାରିଖରେ ଦିଲ୍ଲୀରୁ ଫେରିଥିଲେ।

ମୋଟ ୨୦ ପଜିଟିଭରୁ ୧୪ଟି ମାମଲା ଭୁବନେଶ୍ୱରର ଥିବା ବେଳେ ଅନ୍ୟ ୬ଟିି ଭୁବନେଶ୍ୱର ବାହାରେ ଜଣାପଡ଼ିଛି ।  ଅନ୍ୟ ପକ୍ଷରେ ୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Apr 5 , 2020
୧-୨୦୦୮ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହେବ ବିଶ୍ଵ ଅର୍ଥ ବ୍ୟବସ୍ଥା, IMF କହିଲା – ମାନବତା ପାଇଁ ଅନ୍ଧକାରମୟ ସମୟ। ୨-ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ। ୩-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ୪ କୋଟି ମହିଳାଙ୍କୁ ମିଳିଲା ୫୦୦-୫୦୦ ଟଙ୍କା, ପର୍ଯ୍ୟାୟ କ୍ରମେ ୨୦ କୋଟି […]

You May Like

Pin It on Pinterest