ଆଜିର ଖାସ୍ ଖବର

୧-୨୦୦୮ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହେବ ବିଶ୍ଵ ଅର୍ଥ ବ୍ୟବସ୍ଥା, IMF କହିଲା – ମାନବତା ପାଇଁ ଅନ୍ଧକାରମୟ ସମୟ।

୨-ଗୁଜବକାରୀଙ୍କୁ ସାବଧାନ କରାଇଲେ ପୋଲିସ ଡିଜି । କହିଲେ ସୋସିଆଲ ମିଡିଆରେ ତିକ୍ତତା କିମ୍ବା ଭୟ ସୃଷ୍ଟି କଲା ଭଳି ଅପପ୍ରଚାର କଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ।

୩-ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା: ୪ କୋଟି ମହିଳାଙ୍କୁ ମିଳିଲା ୫୦୦-୫୦୦ ଟଙ୍କା, ପର୍ଯ୍ୟାୟ କ୍ରମେ ୨୦ କୋଟି ଖାତାଧାରୀଙ୍କୁ ମିଳିବ ଏହି ରାଶି।

୪-ଅମାନିଆଙ୍କ ବିରୋଧରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ । ବାହାରେ ବୁଲୁଥିବାରୁ ଭୁବନେଶ୍ୱରରେ ୪୫ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ପଠାଇଲା ପ୍ରଶାସନ ।

୫-କାଶ୍ମୀର: କୁଲଗାମରେ ସୁରକ୍ଷାବଳ ଗୁଳିରେ ଟଳିଲେ ୪ ହିଜିବୁଲ ମୁଜାହିଦ୍ଦିନ ଆତଙ୍କବାଦୀ।

୬-ଲକ୍‌ଡାଉନ୍‌-ସଟ୍‌ଡାଉନ୍‌କୁ ୯୦ ପ୍ରତିଶତ ଲୋକ ସହଯୋଗ କରିଛନ୍ତି : ତଥାପି ନିୟମ ଉଲ୍ଲଂଘନ ଅଭିଯୋଗରେ ୨୪ଶହରୁ ଅଧିକ ଗିରଫ।

୭-ଅଗରତାଲା: ମିଜୋରାମ ଓ ତ୍ରିପୁରା ଜେଲରୁ ୯୦୦ କଏଦୀ ମୁକ୍ତ।

୮-ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । କଳାହାଂଡିର ୨୯ ବର୍ଷିୟ ଯୁବକଙ୍କର ଆସିଲା ପଜିଟିଭ୍ ରିପୋର୍ଟ।

୯-ହୋନିଆରା:ସୋଲୋମନ୍‍ ଦ୍ୱୀପରେ ଭୟଙ୍କର ସାମୁଦ୍ରିକ ଝଡ଼ : ୨୮ ମୃତ।

୧୦-ଜଙ୍କିଆ:୧୨ ଲକ୍ଷ ଟଙ୍କାର ବିଦେଶୀ ମଦ ଜବତ, ଚୋରା ମଦ ଚାଲାଣ ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

୧୧-ନିଜାମୁଦ୍ଦୀନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ୧୦୪ ନମ୍ବରରେ ତୁରନ୍ତ ଯୋଗାଯୋଗ କରନ୍ତୁ, ୨୪ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା ପାଇଁ ଆଗକୁ ଆସନ୍ତୁ।

୧୨-ଗତ ରାତି ୮ଟାରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ସମେତ ପ୍ରମୁଖ ବଜାର ଗୁଡିକ ୪୮ ଘଣ୍ଟା ପାଇଁ ସଟ ଡାଉନ, ପୋଲିସ ପକ୍ଷରୁ କରାଗଲା ଫ୍ଲାଗ ମାର୍ଚ୍ଚ।

୧୩-ଲକଡାଉନରେ ପରିବହନ ବିଭାଗର ଅଭିନବ ପ୍ରୟାସ, ଆରମ୍ଭ କଲା ସଡକ ସୁରକ୍ଷା ଉପରେ ଅନଲାଇନ କୁଇଜ୍ ପ୍ରତିଯୋଗିତା, ଯୁବ ପିଢ଼ି ହେବେ ନାହିଁ ବୋରିଂ।

୧୪-April 25 ଯାଏଁ ବଢିଲା OJEE ଆବେଦନ, ସ୍ଥଗିତ ରହିଲା ୟୁଜିସିନେଟ୍ ପରୀକ୍ଷା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖବର ଏବେ ଏବେ

Sun Apr 5 , 2020
କୋରୋନା ମୁକାବିଲା ପାଇଁ ପୁରୀରେ ଏପ୍ରିଲ ୧୪ ଯାଏ ପନିପରିବା ମାର୍କେଟ ବନ୍ଦ କଲା ପୋଲିସ, ବଡ଼ଶଙ୍ଖ, ମାର୍କେଟ ଛକ ଓ ଲକ୍ଷ୍ନୀବଜାର ମାର୍କେଟ ବନ୍ଦ, ସାହିରେ ଠେଲା ଗାଡ଼ିରେ ବିକ୍ରି ହୋଇପାରିବ ପରିବା କଳାହାଣ୍ଡିରେ ଚିହ୍ନଟ କୋରୋନା ଆକ୍ରାନ୍ତଙ୍କ ପଞ୍ଚାୟତ ସିଲ୍‌, ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣ ଚିହ୍ନଟ, ସମସ୍ତଙ୍କ ରକ୍ତ ଓ ସ୍ବାବ ନମୁନା ପରୀକ୍ଷା ପାଇଁ […]

You May Like

Pin It on Pinterest