
ପ୍ରମୋଦନାୟକ(ଭୁବନେଶ୍ୱର): ଗୁରୁବାର ଦିନ ତମାମ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବହୁ ପ୍ରତୀକ୍ଷିତ ଭଷାଣି ଉସ୍ଛବ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନିରାଶା ଭାବ ଖେଳି ଯାଇଥିଲା।ମାତ୍ର ମା”ଙ୍କ ଇଚ୍ଛାରେ ଠିକ ସନ୍ଧ୍ୟା ଛ ଟା ସୁଦ୍ଧା ବର୍ଷା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା।ଯାହା ଫଳରେ ଭୁବନେଶ୍ୱର ଜନପଥର ସହିଦ ନଗର ପୂଜା ମଣ୍ଡପ ଠାରୁ ୨୫ଟି ଦୁର୍ଗା ମେଢ଼ କ୍ରମନ୍ବୟରେ ବାହାରି ରାଜ ମହଲ ଛକ ପର୍ଯ୍ୟନ୍ତ ନାଚ ଗୀତ ର ତାଳେ ତାଳେ ଆସିଥିଲେ।
ବର୍ଷା ବନ୍ଦ ହୋଇଯିବାରୁ ଭଷ।ଣୀ ଉସ୍ଛବ ଦେଖିବାକୁ ଶ୍ରଦ୍ଧାଳୁ ମାନଙ୍କ ସଂଖ୍ୟା ବଢିବାରେ ଲାଗିଥିଲା।ଅଳ୍ପ ସମୟ ମଧ୍ୟରେ ଜନ ପଥ ଏକ ଜନ ସମୁଦ୍ର ରେ ପରିଣତ ହୋଇ ଯାଇଥଲ।କମିଶନରେଟ ପୋଲିସ ର ଅକ୍ଲାନ୍ତ ପରିଶ୍ରମ ଓ ସଠିକ ପରିଚାଳନା ଯୋଗୁ ଶ୍ରଦ୍ଧାଳୁ ମାନେ ଭଷାଣି ଉସ୍ଛବ କୁ ମନଭରି ଉପଭୋଗ କରିଥଲେ ଓ ମା”ଙ୍କୁ ବିଦାୟ ଦେଇଥିଲେ।
ସହିଦ ନଗର ,ଖାରବେଳ ଓ କ୍ୟାପିଟାଲ ଥାନାର ଥାନାଧିକାରୀ ମାନେ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଦକ୍ଷତାର ସହ ପରିଚାଳନା କରିଥିଲେ।



