
ବାସ୍ତବବ୍ୟୁରୋ:ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯିବେ।ରବିବାର ଦିନ ପ୍ରଧାନମନ୍ତ୍ରୀ ଗୁଜୁରାଟର ମେହସାନା ଜିଲ୍ଲାର ମୋଧେରାକୁ ଭାରତର ପ୍ରଥମ ସୌର ଚାଳିତ ଗ୍ରାମ ବୋଲି ଘୋଷଣା କରିବେ। ଏହି ସୂଚନା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଗୁଜରାଟ ସରକାରଙ୍କ କହିବାନୁସାରେ,ଗାଁର ପ୍ରତ୍ୟେକଙ୍କ ଘର ଉପରେ ଏକ ହଜାରରୁ ଅଧିକ ଶକ୍ତିର ସୋଲାର ପ୍ୟାନେଲ ଲଗାଯାଇଛି, ଯାହା ଗ୍ରାମବାସୀଙ୍କ ପାଇଁ ୨୪ ଘଣ୍ଟା ବିଦ୍ୟୁତ ଉତ୍ପାଦନ କରିବ |
ସରକାରଙ୍କ ଅନୁଯାୟୀ, ଲୋକଙ୍କୁ ଶୂନ ମୂଲ୍ୟରେ ସୌର ବିଦ୍ୟୁତ ଯୋଗାଇ ଦିଆଯିବ। ସ୍ୱଚ୍ଛ ଶକ୍ତି ପ୍ରୋତ୍ସାହନ ଦିଗରେ ପିଏମ ମୋଦୀଙ୍କ ଏହା ଏକ ବଡ ପଦକ୍ଷେପ ହେବ। ଗୁଜୁରାଟର ମୋଧେରା ଗ୍ରାମ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ |