ଏଣିକି ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ,୧୬ ଅକ୍ଟୋବରରେ ଶୁଭାରମ୍ଭ କରିବେ ଗୃହମନ୍ତ୍ରୀ ଅମିତ ଶାହା…

ବାସ୍ତବ ବ୍ୟୁରୋ : ୧୬ ଅକ୍ଟୋବରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ,ହିନ୍ଦୀରେ ପଢାହେବ MBBS ପାଠ୍ୟକ୍ରମ ।ଏହା ଡାକ୍ତରୀ ଛାତ୍ରଛାତ୍ରଙ୍କ ପାଇଁ ଖୁସି ଖବର ।ଆସନ୍ତା ୧୬ ଅକ୍ଟୋବରରେ ମଧ୍ୟପ୍ରଦେଶର ଭୋପାଳରେ MBBSର ପ୍ରଥମ ବର୍ଷ ଛାତ୍ରଛାତ୍ରଙ୍କ ପାଇଁ ଗୃହମନ୍ତ୍ରୀ ଶାହା ହିନ୍ଦୀରେ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିବେ ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ,ମଧ୍ୟପ୍ରଦେଶରେ ଆରମ୍ଭ ହେବ ବୈପ୍ଲବିକ ଆନ୍ଦୋଳନ । MBBS ପାଠ୍ୟକ୍ରମ କୁ ହିନ୍ଦୀରେ ପଢାହେବା ଦେଶରେ ଏହା ପ୍ରଥମ ଘଟଣା । ଏହା ଆମ ପାଇଁ ଗର୍ବର ବିଷୟ । ଏହା ଧାରଣାକୁ ବଦଳାଇବ ଯେ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମ ହିନ୍ଦୀରେ ହୋଇପାରିବ ନାହିଁ । ଏହି ଧାରଣାକୁ କାର୍ଯ୍ୟକାରୀ କରିବା ପାଇଁ ଗୋଟିଏ ପଦକ୍ଷେପ ହେଉଛି ଛାତ୍ରଛାତ୍ରୀମାନେ ହିନ୍ଦୀରେ ପାଠ ପଢି ନିଜ ଭବିଷ୍ୟତ ଗଢିବେ ।

ଆଗକୁ ଆନାଟୋମି, ବାୟୋକେମିଷ୍ଟ୍ରି ଏବଂ ଫିଜିଓଲୋଜି ଉପରେ ହିନ୍ଦୀରେ ପୁସ୍ତକ ପ୍ରକାଶ କରାଯିବ ବୋଲି ଗୃହମନ୍ତ୍ରୀ ଘୋଷଣା କରିଛନ୍ତି । ଗୃହମନ୍ତ୍ରୀ କହିଛନ୍ତି, ଛାତ୍ରମାନେ ଇଂରାଜୀ ଶିଖିବା ଉଚିତ କିନ୍ତୁ ଶିକ୍ଷା କେବଳ ଇଂରାଜୀରେ ସମ୍ଭବ ବୋଲି ଧାରଣାକୁ ତ୍ୟାଗ କରିବା ଆବଶ୍ୟକ । ଇଂରାଜୀ ଜାଣିନଥିବା ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିଯାନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର...

Wed Oct 12 , 2022
ସୁକାନ୍ତ ବେହେରା(ବେଗୁନିଆ):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମରେ ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ […]

You May Like

Pin It on Pinterest