ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତରେ ମୋତିଆ ବିନ୍ଦୁ ଚିହ୍ନଟ ଶିବିର…

ସୁକାନ୍ତ ବେହେରା(ବେଗୁନିଆ):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମରେ ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହା ସହିତ ମହୋତ୍ସବ କମିଟିର ଉପଦେଷ୍ଟା ସୁବାସ ମହାନ୍ତି, ସଭାପତି ବିଦ୍ୟାଧର ମହାରଣା, ସମ୍ପାଦକ ଶିଶିର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଚକ୍ଷୁ ରୋଗ ସମସ୍ୟା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିଥିଲେ ।

ଏହି ଶିବିରରରୁ ମୋଟ ୫୫ ଜଣଙ୍କ ମଧ୍ୟରୁ ୧୮ ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଜାର କୋଲକାତା ସପିଙ୍ଗ ମଲ୍‌ ସିଲ୍‌ ନିୟମ ଉଲ୍ଲଂଘନ କରିବା ପଡିଲା ମାହାଙ୍ଗା...

Thu Oct 13 , 2022
ସଞ୍ଜୟ ଶତପଥୀ(କଟକ) ୧୩।୧୦ : ବଜାର କୋଲକାତା ସପିଙ୍ଗ ମଲ୍‌ ସିଲ୍‌ ନିୟମ ଉଲ୍ଲଂଘନ କରିବା ପଡିଲା ମାହାଙ୍ଗା । ସିଲ୍‌ ହେଲା କଟକ ସିଡିଏ ସେକ୍ଟର-୭ରେ ଥିବା ବଜାର କୋଲକାତା ସପିଙ୍ଗ ମଲ୍‌ ।ସିଏମ୍‌ସି କର୍ତ୍ତୃପକ୍ଷ ସପିଙ୍ଗ ମଲ୍‌କୁ ସିଲ୍‌ କରିଛନ୍ତି । ସୂଚନା ଅନୁଯାଇ,ଏହି ସିଡିଏସ୍ଥ ସପିଙ୍ଗ ମଲର ଗାଡି ପାର୍କିଂ ସ୍ଥାନ ନଥିବା, ଵିଲଡିଂ ନିର୍ମାଣରେ ନିର୍ଦ୍ଧାରିତ ନିୟମର ଉଲଙ୍ଘନ ହୋଇଥିଵା ଏବଂ ସମ୍ପୃକ୍ତ କୋଠାରେ […]

You May Like

Pin It on Pinterest