ଏ ବର୍ଷ ବର୍ଷାରେ ଭିଜିବ ଦୀପାବଳି…

ବାସ୍ତବ ବ୍ୟୁରୋ:  ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହି ତେବେ ନା ଦୀପ ଜଳିବ ନା ଜମିବ ଆତସବାଜି, ଫିକା ପଡ଼ିଯିବ ଦୀପାବଳି । ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍‌ ଭିନ୍ନ ଭିନ୍ନ ପୂର୍ବାନୁମାନ କରୁଛନ୍ତି ।

୨୪ ଓ ୨୫ ତାରିଖ ଦୁଇଦିନ ରାଜ୍ୟର ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରୁ ବାତ୍ୟା ହେବା ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି । ଯଦି ଏମିତି ହୁଏ, ତେବେ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ୨୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖରେ ଲଘୁଚାପ ସୃଷ୍ଟି ପରେ ୨୩ ତାରିଖରେ ଏହା ଅଧିକ ଘନୀଭୂତ ହେବ। ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୬୮ କିମି ରହିବ। ୨୫ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ବା ସଂଲଗ୍ନ ଓଡ଼ିଶା ଉପକୂଳରେ ରହିପାରେ। ଏହାର ପ୍ରଭାବରେ ୨୪ ଓ ୨୫ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ୨୨ ତାରିଖରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି,କୃଷକ ସମ୍ମାନ ନିଧି ଯୋଜନାର ୧୨ମ କିସ୍ତି ହସ୍ତାନ୍ତର...

Mon Oct 17 , 2022
ବାସ୍ତବ ବ୍ୟୁରୋ :ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୧୨ମ କିସ୍ତି ହସ୍ତାନ୍ତର କରାଯାଇଛି । ଦୀପାବଳି ପୂର୍ବରୁ ସାରା ଦେଶର ୧୨ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ଆଜି(ସୋମବାର) ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ପିଏମ କିଷାନ ଯୋଜନା ଅଧିନରେ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପିଏମ କିଷାନ ପୋର୍ଟାଲରେ […]

You May Like

Breaking News

Pin It on Pinterest