
ବାସ୍ତବ ବ୍ୟୁରୋ :ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୧୨ମ କିସ୍ତି ହସ୍ତାନ୍ତର କରାଯାଇଛି । ଦୀପାବଳି ପୂର୍ବରୁ ସାରା ଦେଶର ୧୨ କୋଟିରୁ ଅଧିକ ଚାଷୀଙ୍କ ଖାତାକୁ ଆଜି(ସୋମବାର) ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ପିଏମ କିଷାନ ଯୋଜନା ଅଧିନରେ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପିଏମ କିଷାନ ପୋର୍ଟାଲରେ ପ୍ରାୟ ୧୨ କୋଟିରୁ ଅଧିକ ଚାଷୀ ପଞ୍ଜିକୃତ ଅଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପିଏମ-କିଷାନ ଯୋଜନାରେ ସରକାର ପ୍ରତି ବର୍ଷ ଆର୍ଥିକ ରୂପେ ଦୁର୍ବଳ ଚାଷୀଙ୍କୁ ବର୍ଷକୁ ଦୁଇ ହଜାର ଲେଖାଏଁ ତିନୋଟି କିସ୍ତିରେ ୬୦୦୦ ଟଙ୍କାର ସହାୟତା ଯୋଗାଇଥାନ୍ତି । ସରକାରୀ ପରିସଂଖ୍ୟାନ ଅନୁସାରେ ପିଏମ-କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟ୍ରାନ୍ସଫର କରାଯାଇଛି।