ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ନିଷ୍ପତ୍ତି: ଏଣିକି ପ୍ରୋଜେକ୍ଟ ଓ୍ବାର୍କ କରିବେ ନଵମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ…

ବାସ୍ତବ ବ୍ୟୁରୋ :ଏଥର ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ନଵମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଵିଷୟ। ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ କରିକୁଲାର ଏକ୍ଟିଭିଟିସ, ବେସିକ ଆଇଟି ସ୍କିଲ୍ସକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ କରି ଏହା ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ। ପରବର୍ତ୍ତୀ ଶିକ୍ଷାବର୍ଷରେ ଏହା ଉଭୟ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଲାଗୁ ହେବ। ପ୍ରତିଟି ବିଷୟ ପାଇଁ ୨୫ ମାର୍କ ରହିଛି।

ବୋର୍ଡ ପକ୍ଷରୁ କୁହାଯାଇଛି,ଚାରୋଟି ପର୍ଯ୍ୟାୟରେ ଏହି ପରୀକ୍ଷା କରାଯିବ। ପ୍ରଥମ ତିନୋଟି ପର୍ଯ୍ୟାୟରେ ୫ ମାର୍କ ଲେଖାଁଏ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଶେଷ ପର୍ଯ୍ୟାୟରେ ୧୦ ମାର୍କ ପାଇଁ ପରୀକ୍ଷା କରାଯିବ । ତେବେ ଏହି ବିଷୟଗୁଡ଼ିକରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ପ୍ରତିଶତ ଆଧାରରେ ଗ୍ରେଡ ପ୍ରଦାନ କରାଯିବ। ଏହି ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟରେ ପ୍ରତିଫଳିତ ହେବ। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନାର ଶୁଭାରମ୍ଭ ‘ଭାରତ’ ବ୍ରାଣ୍ଡ....

Mon Oct 17 , 2022
ବାସ୍ତବ ବ୍ୟୁରୋ : ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’।  ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି । କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ। ଆଜି ଦୁଇ ଦିନିଆ କିଷାନ […]

You May Like

Pin It on Pinterest