ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନାର ଶୁଭାରମ୍ଭ ‘ଭାରତ’ ବ୍ରାଣ୍ଡ….

ବାସ୍ତବ ବ୍ୟୁରୋ : ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’।  ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ କମ୍ପାନୀକୁ ବାଧ୍ୟତାମୂଳକ କରାଯାଇଛି । କମ୍ପାନୀମାନେ ‘ଭାରତ’ ବ୍ରାଣ୍ଡରେ ସମସ୍ତ ସବସିଡଯୁକ୍ତ ସାରକୁ ଏଥିରେ ଅନ୍ତର୍ଭୁକ୍ତ କରି ବଜାରରେ ପହଞ୍ଚାଇବେ। ଆଜି ଦୁଇ ଦିନିଆ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍କିମର ଘୋଷଣା କରିଛନ୍ତି ।

ସବସିଡଯୁକ୍ତ ସାର କ୍ଷେତ୍ରରେ ସିଙ୍ଗଲ ବ୍ରାଣ୍ଡ ‘ଭାରତ’ ନାମରେ ନାମିତ କରିଛନ୍ତି ମୋଦି। ମୁଖ୍ୟତ ସାର ଗୁଡ଼ିକର କ୍ରସ ମୋମେଣ୍ଟରେ ଉପୁଜୁଥିବା ସମସ୍ୟାକୁ ଦୂରୀକରଣ କରାଯାଇପାରିବ। ସିଙ୍ଗଲ ବ୍ରାଣ୍ଡ ଯୋଗୁ ସ୍ୱଚ୍ଛତା ରହିବ ଓ ଅଧିକ ଭଡ଼ା ଦାବି ନେଇ ହେଉଥିବା କଳାବଜାରୀକୁ ରୋକି ହେବ ।

ଏହି ଅବସରରେ ମୋଦି ମଧ୍ୟ  ୬୦୦ ପିଏମ କିଷାନ ସମୃଦ୍ଧି କେନ୍ଦ୍ର(ପିଏମ-କେଏସକେ)ର ଶୁଭାରମ୍ଭ କରିଛନ୍ତି।  ଏହା  ଦ୍ୱାରା କୃଷକମାନେ ଚାଷ ସମ୍ଭନ୍ଧୀୟ କିଣା-ବିକାର ସବୁ ସୁବିଧା ଗୋଟିଏ ଜାଗାରୁ ପାଇପାରିବେ।  ଏହି ଯୋଜନାରେ ପର୍ଯ୍ୟାୟ ଅନୁସାରେ କେନ୍ଦ୍ର ସରକାର ୩.୩ ଲକ୍ଷ ଖୁଚୁରା ସାର ବିକ୍ରୟ କେନ୍ଦ୍ର ଖୋଲିବାକୁ ଯୋଜନା ରଖିଛନ୍ତି। ଏହି କେନ୍ଦ୍ରରୁ ଚାଷୀମାନେ କୃଷି ସମ୍ଭନ୍ଧୀୟ ଆନୁସଙ୍ଗିକ ଉପକରଣ ନେବା ସହ ଉନ୍ନତମାନର ଚାଷ ଲାଗି ପରାମର୍ଶ ମଧ୍ୟ ନେଇ ପାରିବେ।  ଏଥିସହ ଏହି କେନ୍ଦ୍ରରେ ମାଟି , ମଞ୍ଜି ଓ ସାର ପରୀକ୍ଷା ହୋଇ ପାରିବ। ସେହିପରି ଏହି କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଳବ୍ଧ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବ।  ସେହିପରି ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍‌ ଏଜ୍‌ ନାମକ  ଏକ କୃଷି ଭିତ୍ତିକ ପତ୍ରିକାର ଶୁଭାରମ୍ଭ କରିଛନ୍ତି ମୋଦି। ଏହି ପତ୍ରିକା ମାଧ୍ୟମରେ ଘରୋଇ ଏବଂ ଅନ୍ତର୍ଜାତୀୟ ସାର ସମ୍ଭନ୍ଧୀୟ ସୂଚନା ପ୍ରକାଶ ପାଇବ। ସାମ୍ପ୍ରତିକ କୃଷି କ୍ଷେତ୍ରରେ ବିକାଶ, ବିଭିନ୍ନ ଉତ୍ପାଦନ ସମ୍ପର୍କରେ ଦର ବିଷୟରେ ଚାଷୀମାନେ ତଥ୍ୟ ପାଇପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆ-କା-ମା-ବୈ ପରମ୍ପରାକୁ ଜାବୁଡି ରଖିବାର ପ୍ରୟାସରେ କାଠଯୋଡ଼ି ବୋଇତ ବନ୍ଦାଣ ଉତ୍ସବ କମିଟି...

Mon Oct 17 , 2022
ସଂଜୟ ଶତପଥୀ(କଟକ): କଟକର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ କାଠଯୋଡି ବୋଇତ ବନ୍ଦାଣ ଉତ୍ସବ ପକ୍ଷରୁ ଆଗାମୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଥିବା ଉତ୍କଳୀୟ ପରମ୍ପରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଲାଗି ଏକ ସର୍ବଦଳୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଧର୍ମେଶ ନାୟକଙ୍କ ଅଧ୍ୟକ୍ଷତାରେ କଟକର ମର୍କତନଗରସ୍ଥିତ ସ୍ବୟମ୍ ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟମାନଙ୍କ ସହ ଅନୁଷ୍ଠାନର […]

You May Like

Pin It on Pinterest