ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ କାର୍ଯ୍ୟକ୍ରମ

ସଂଜୟ ଶତପଥୀ(କଟକ): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବଙ୍କ ପବିତ୍ର ବିଜେ ପୀଠସ୍ଥଳୀଠାରେ କଟକର ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ଏକ ବନ୍ଧୁମିଳନ ଓ ସଙ୍କୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ନବନିର୍ବାଚିତ ସର୍ବାଧୂକାରୀ ଶ୍ରୀ ସୁରେଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏହି ବନ୍ଧୁମିଳନ ଓ ସଙ୍କୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମରେ ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବମହନ୍ତ ଶ୍ରୀ ରବିନ୍ଦ୍ର କୁମାର ବସ୍ତିଆ, ମହନ୍ତ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ,ଅଧୂକାରୀ ପ୍ରତାପ ଦାସଙ୍କ ସହ ମଣ୍ଡଳୀର ବହୁ ଅଧିକାରୀ ଓ ମହନ୍ତ ମାନେ ଯୋଗଦେଇ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନୂତନ ସର୍ବାଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ନିଜ ନିଜର ମତବ୍ୟକ୍ତ କରିଥିଲେ।

ଅଧିକାରୀ ଶ୍ରୀ ଗଜେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସଦସ୍ୟମାନଙ୍କୁ ପ୍ରଭୁ ଶ୍ରୀ ଧବଳେଶ୍ବର ଙ୍କ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା। ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ପ୍ରଚାର ଲାଗି ୨୫ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀର ଏହି ଆୟୋଜନକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦୩୦ ମସିହା ସୁଦ୍ଧା ସାରା ବିଶ୍ୱରେ, ଭାରତ ହୃତପିଣ୍ଡ ଜନିତ ମୃତ୍ୟୁ ହାରରେ ସର୍ବାଗ୍ରେ ରହିବ...

Tue Oct 18 , 2022
ପ୍ରମୋଦନାୟକ(ଭୁବନେଶ୍ୱର): ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏ. ଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ କେୟାର ହସ୍ପିଟାଲ ଏବଂ ଭୁବନେଶ୍ୱର ବିପର୍ଯୟ ପ୍ରସ୍ତୁତି ଓ ପ୍ରମସନ ପରିଚାଳନା ସଂସ୍ଥା ସହଯୋଗରେ ବିଶ୍ୱ ହୃତପିଣ୍ଡ ପୁନଃ ସଂଚାଳନ ଦିବସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନ ମହାଲେଖାକାର ଶ୍ରୀ ରାଜ […]

You May Like

Pin It on Pinterest