୨୦୩୦ ମସିହା ସୁଦ୍ଧା ସାରା ବିଶ୍ୱରେ, ଭାରତ ହୃତପିଣ୍ଡ ଜନିତ ମୃତ୍ୟୁ ହାରରେ ସର୍ବାଗ୍ରେ ରହିବ…

ପ୍ରମୋଦନାୟକ(ଭୁବନେଶ୍ୱର): ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଏ. ଜି ଆମ୍ବୁଲାନ୍ସ ଡିଭିଜନ ଆନୁକୂଲ୍ୟରେ ଓ କେୟାର ହସ୍ପିଟାଲ ଏବଂ ଭୁବନେଶ୍ୱର ବିପର୍ଯୟ ପ୍ରସ୍ତୁତି ଓ ପ୍ରମସନ ପରିଚାଳନା ସଂସ୍ଥା ସହଯୋଗରେ ବିଶ୍ୱ ହୃତପିଣ୍ଡ ପୁନଃ ସଂଚାଳନ ଦିବସ ୧୬ ଓ ୧୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l

ପ୍ରଧାନ ମହାଲେଖାକାର ଶ୍ରୀ ଅନନ୍ତ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରଧାନ ମହାଲେଖାକାର ଶ୍ରୀ ରାଜ କୁମାର,ଉପ ମହାଲେଖାକାର ସୁଶ୍ରୀ ମନାଲିକା ବୋର୍ଗୋହାଇନ ଓ ଡି ପିଆରଏମ ର ସାଧାରଣ ସମ୍ପାଦକ ଶ୍ରୀ ସୌଭାଗ୍ୟ ଦାସ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ l

ଅତିଥିମାନେ ତାଙ୍କ ଅଭିଭାଷଣରେ ବିଶ୍ୱରେ ହୃତପିଣ୍ଡଜନିତ ମୃତ୍ୟୁ କ୍ରମାଗତ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ l ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଜନସାଧାରଣଙ୍କୁ ସୀପିଆର ତାଲିମ ଓ ଠିକ ସମୟରେ ଡାକ୍ତରୀ ସହାୟତା ପହଞ୍ଚାଇ ପାରିଲେ ଡାକ୍ତରଖାନା ବାହାରେ ଘଟୁଥିବା ହୃତପିଣ୍ଡଜନିତ ମୃତ୍ୟୁସଂଖ୍ୟା ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ପ୍ରଧାନ ମହାଲେଖାକାର ଶ୍ରୀ ରାଜ କୁମାର ଭାରତର ବିଦ୍ୟାଳୟ ପାଠ୍ୟକ୍ରମରେ ସିପିଆର ତାଲିମ ବିଷୟବସ୍ତୁ ରଖାଯିବାକୁ ମତବ୍ୟକ୍ତ କରିଥିଲେ l
ଭାରତରେ ପ୍ରତିବର୍ଷ ୧.୮ ମିଲିୟନ ଲୋକ ହୃଦଘାତ ଓ ହୃତସ୍ପନ୍ଦନ ବନ୍ଦ ଯୋଗୁଁ ପ୍ରାଣ ହରାଉଥିବା ବେଳେ ଓଡ଼ିଶାର ବର୍ଷକୁ ୧୫ ହଜାର ଲୋକ ପ୍ରାଣ ହରାଉଛନ୍ତି l ସେମାନଙ୍କ ମଧ୍ୟରୁ ୯୦ ଭାଗ ଲୋକ ଘରେ, କର୍ମସ୍ଥଳୀ ଓ ସର୍ବସାଧାରଣ ସ୍ଥାନରେ ହୃତସ୍ପନ୍ଦନ ବନ୍ଦରେ ପୀଡିତ ହେଉଛନ୍ତି l ସେମାନଙ୍କ ମଧ୍ୟରୁ ୮୦ ଭାଗ ଲୋକ ଡାକ୍ତରଖାନାରେ ପହଂଚିବା ପୂର୍ବରୁ ମୃତ୍ୟୁବରଣ କରୁଛନ୍ତି l

ଆମେରିକାରେ ହୃତପିଣ୍ଡ ବନ୍ଦ ପୀଡିତ ଯାହାଙ୍କୁ ସିପିଆର ଦିଆଯାଇ ଡାକ୍ତଖାନା ନିଆ ଯାଉଥିଲା ସେମାନଙ୍କ ମଧ୍ୟରୁ ୪୬ ଭାଗ ପୀଡ଼ିତଙ୍କ ଜୀବନ ବଞ୍ଚିଯାଇଥିଲା l ହୃତପିଣ୍ଡ ବନ୍ଦ ର ୩ ମିନିଟ ମଧ୍ୟରେ ସିପିଆର ଦିଆଯାଇପାରିଲେ ବହୁ ଲୋକଙ୍କ ଜୀବନ ବଞ୍ଚା ଯାଇପାରିବ ଓ ଏହି ସିପିଆର ସାଧାରଣ ଲୋକ ତାଲିମ ନେବା ପରେ ଦେଇ ପାରିବେ ବୋଲି ସେଣ୍ଟ ଜନ ଆମମ୍ବୁଲାନ୍ସର ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ ପ୍ରକାଶ କରିଥିଲେ l ଆମେରିକାର ୪୬ ଭାଗ, ଜାପାନରେ ୫୦ ଭାଗ ସିପିଆର ଜାଣିଥିବା ବେଳେ ଭାରତରେ ମାତ୍ର ୨ ଭାଗ ଲୋକଙ୍କୁ ସିପିଆର ଜଣାଅଛି l

ଏହି ଦିବସ ପାଳନ ଅବସରରେ “ମୋ ସ୍କୁଲ” ସହଯୋଗରେ ପୁରୀ ଜିଲ୍ଲାର ପାଞ୍ଚ ହଜାର ଛାତ୍ର ଛାତ୍ରୀଙ୍କୁ ସିପିଆର ତାଲିମ ପ୍ରଦାନ କରାଯାଇଅଛି ଓ ଏହିବର୍ଷ ସାରା ଓଡ଼ିଶାର ୫୦ ହଜାର ଛାତ୍ର ଛାତ୍ରୀଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ତଥା ଜୀବନ ରକ୍ଷା କୌଶଳ ସମ୍ବନ୍ଧରେ ତାଲିମ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଅଛି ବୋଲି ଡିପିଆରଏମ ର ସମ୍ପାଦକ ଶ୍ରୀ ଦାସ ପ୍ରକାଶ କରିଥିଲେ l

ଏହି ସିପିଆର ତାଲିମ କାର୍ଯ୍ୟକ୍ରମକୁ କେୟାର ହସ୍ପିଟାଲ ର ସହକାରୀ ପ୍ରାଧ୍ୟାପକ ଡ଼ ସମ୍ବିତ ସ୍ୱାଇଁ, ଦୀପକ କୁମାର ଚୌଧୁରୀ, ପର୍ଶୁଧର ସାମନ୍ତରାୟ, ଡିପିଆରଏମ ଯୁଗ୍ମ ସଚିବ ରାଜେଶ ମହାନ୍ତି ଓ ଦିବ୍ୟସିଂହ ପଟ୍ଟନାୟକ ପରିଚାଳନା କରିଥିଲେ l ପ୍ରଧାନ ମହଲେଖାକାରଦ୍ବୟ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ଉଚ୍ଚ ପ୍ରଶଂସା କରିବା ସହ କମ୍ୟୁନିଟିରେ ଏହି ତାଲିମ ପ୍ରଦାନ ପାଇଁ କହିଥିଲେ l ପ୍ରଧାନ ମହାଲେଖାକାରଙ୍କ ସଚିବ ସୁଚିତ୍ରା ଭଟ ତାଲିମ ଆୟୋଜନକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ କଲ୍ୟାଣ ଅଧିକାରୀ ପ୍ରଦୀପ କୁମାର ସେଠୀ, ଅଶୋକ କୁମାର ପଣ୍ଡା, ବିବେକାନନ୍ଦ ଦାସ, ସହକାରୀ ଲେଖା ଅଧିକାରୀ ପ୍ରଭାତ କୁମାର ପ୍ରଧାନ ଓ ବିଜୟ ନାୟକ ପରିଚାଳନା କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଡକ ଦୁର୍ଘଟଣା: ଚିର ନିଦ୍ରାରେ ଲୋକପ୍ରିୟ ପୋଷ୍ଟ ମାଷ୍ଟର ଦୁର୍ଗାପ୍ରସାଦ ପତି...

Tue Oct 18 , 2022
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ବ୍ଲକ ଭାଗବତପୁର ପଞ୍ଚାୟତର ଜନପ୍ରିୟ ପୋଷ୍ଟମାଷ୍ଟର ଦୁର୍ଗାପ୍ରସାଦ ପତି (ସମସ୍ତଙ୍କ ବାପୁଜୀ ନାନା)ଙ୍କର ଗତ ୧୬ ତାରିଖରେ କଟକ ବଡ଼ ମେଡିକାଲରେ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷା ବୟସ ହୋଇଥିଲା |ସୂଚନା ଅନୁଯାଇ ଗତ ୧୪ ତାରିଖରେ ବଳଦେବଜୀଉ ଦର୍ଶନପାଇଁ ନିଜ ବାଇକ ଯୋଗେ ଯାଉଥିବା ସମୟରେ ଡୁହୁରିଆ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ତାଙ୍କ ମୁଣ୍ଡରେ […]

You May Like

Pin It on Pinterest