
ଜୟନ୍ତ ଶତପଥୀ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ବ୍ଲକ ଭାଗବତପୁର ପଞ୍ଚାୟତର ଜନପ୍ରିୟ ପୋଷ୍ଟମାଷ୍ଟର ଦୁର୍ଗାପ୍ରସାଦ ପତି (ସମସ୍ତଙ୍କ ବାପୁଜୀ ନାନା)ଙ୍କର ଗତ ୧୬ ତାରିଖରେ କଟକ ବଡ଼ ମେଡିକାଲରେ ଦେହାନ୍ତ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷା ବୟସ ହୋଇଥିଲା |ସୂଚନା ଅନୁଯାଇ ଗତ ୧୪ ତାରିଖରେ ବଳଦେବଜୀଉ ଦର୍ଶନପାଇଁ ନିଜ ବାଇକ ଯୋଗେ ଯାଉଥିବା ସମୟରେ ଡୁହୁରିଆ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା,ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା,ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ଚିକିତ୍ସା ସମୟରେ ବାପୁଜୀ ଙ୍କ ପରଲୋକ ହୋଇଥିଲା, ଏହି ଖବର ପାଇବା ପରେ ଭାଗବତପୁର ଓ ପାଖ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଥିଲା । ସେଜଣେ ମିଷ୍ଟଭାଷୀ, ମେଳାପୀ, ଧର୍ମ ପରାୟଣ ଲୋକ ହୋଇଥିବାରୁ ସମସ୍ତଙ୍କର ସେ ଆଦର ଲାଭ କରିଥିଲେ ।ସମସ୍ତେ ତାଙ୍କ ମୃତ୍ୟୁ ରେ ମର୍ମାହତ ।
ବାଲିଆ ବଜାରରେ ମୃତଦେହ ପହଂଚିବା ପରେ ମର ଶରୀର କୁ ଏକ ବିରାଟ ଶୋଭାଯାତ୍ରା ରେ ସଂକୀର୍ତ୍ତନ, ଶଙ୍ଖ ହରିବୋଲ ବାପୁଜୀ ନନା ଅମର ରହେ ଧ୍ୱନିରେ ବଜାର ଠାରୁ ଘର ପର୍ଯ୍ୟନ୍ତ ନିଆଯାଇଥିଲା ।
ଏହି ଶୋକ ଶୋଭାଯାତ୍ରାରେ,ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ପ୍ରିୟଦର୍ଶିନି ନାୟକ, ଜମଧର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଧରଣୀଧର ଦାସ, ପୁର୍ବତନ ରାଜ୍ଯ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା,ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ,ଯୁବ ସମାଜ ସେବୀ ସଂଗ୍ରାମ ସାମଲ, ଯୁବ ସମାଜ ସେବୀ ଜିତେନ୍ଦ୍ର ପାଗଳ,ପ୍ରଶାନ୍ତ ଦାସ,ସାମ୍ବାଦିକ ଜୟନ୍ତ ଶତପଥୀ ଓ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ସାମିଲ୍ ହୋଇଥିଲେ ।ଶେଷରେ ଗ୍ରାମ ସ୍ମଶାନ ରେ ବାପୁଜୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା, ପୁତ୍ର ଶୁଭମ ପ୍ରସାଦ ପତି ମୁଖାଗ୍ନି ଦେଇଥିଲେ ।