ସାମ୍ଭବ୍ୟ ବାତ୍ୟାକୁ ନେଇ ସରକାରୀ ପ୍ରସ୍ତୁତି :ବାତିଲ ହେଲା ସରକାରୀ କର୍ମଚାରୀଙ୍କ ଛୁଟି ଉପକୂଳବର୍ତ୍ତୀ ସାତ ଜିଲ୍ଲାକୁ ସତର୍କ ସୂଚନା ଜାରି…

ପ୍ରମୋଦ ନାୟକ(ଭୁବନେଶ୍ୱର)୧୮।୧୦: ସାମ୍ଭବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ହେଡ୍‌ କ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ।ଉପକୂଳବର୍ତ୍ତୀ ସାତ ଜିଲ୍ଲାଗୁଡିକୁ ସତର୍କ ଜାରି କଲେ ସରକାର । ଏହି ସବୁ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି । ସଂପୃକ୍ତ କର୍ମଚାରୀଙ୍କ ଜିଲ୍ଲା ହେଡ୍‌ କ୍ୱାର୍ଟର୍ସ ନଛାଡିବାକୁ ନିର୍ଦ୍ଦେଶ ।

ବାତ୍ୟାର ପୂର୍ବ ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଅପରାହ୍ନ ୪ଟାରେ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ରହିବେ । ତେବେ ବସିବାକୁ ଥିବା ଏହି ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ବାତ୍ୟାର ସ୍ଥିତି, ପୂର୍ବ ପ୍ରସ୍ତୁତି ଆଦି ଅନେକ କଥା ଉପରେ ଆଲୋଚନା ହେବାର ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଦାବି...

Tue Oct 18 , 2022
କଟକର ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା ଓ ଆସନ୍ତା ଏହି ଉତ୍ସବରେ କଟକ ପ୍ରଶାସନର ପ୍ଲଟଵଣ୍ଟନରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଦାବୀପତ୍ର ପ୍ରଦାନ। ସଂଜୟଶତପଥୀ(କଟକ):ପ୍ରାଚୀନ ଉତ୍କଳର ରାଜଧାନୀ, ଐତିହାସିକ ସହର, ଉତ୍କଳର କଳା ପରମ୍ପରା, ସଂସ୍କୃତି ଆ-କା-ମା-ବୈ କୁ ଯାବୁଡି ରଖୂଥୂବା ରୂପାର ସହର କଟକ । ବହୁ ପୁରାତନ କାଳରୁ ହୋଇଆସୁଥିବା ଐତିହାସିକ ବାଲିଯାତ୍ରା ଉତ୍ସବ ଖାଲି ଓଡ଼ିଶା କିମ୍ବା […]

You May Like

Pin It on Pinterest