ଅତାବିରା ପୋଲିସ ଜାଲରେ ଜାଲ୍ ସାର୍ଟିଫିକେଟ ରାକେଟ୍,ଜବତ୍ କଲେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଙ୍କ ଜାଲି ଆଇକାର୍ଡ…

ନବୀନ ଦାଶ(ଅତାବିରା): ଅତାବିରା ବ୍ଲକ ସରଣ୍ଡା ଛକରେ ଆଜି ଦୁଇଜଣ ଠକ ଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ନିକଟସ୍ଥ ଇଣ୍ଡିଆ ବଜାର ର ସୁକାନ୍ତ ଆଚାର୍ଯ୍ୟ(୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କେରାଡଗଡ ର ସୁଶାନ୍ତ ପ୍ରଧାନ(୪୨) ।

ଜାତୀୟ ରାଜପଥରେ ପୋଲିସ ଯାନବାହନ ଗୁଡ଼ିକୁ ଯାଞ୍ଚ କରୁଥିବା ବେଳେ ଏହି ଠକ ମାନଙ୍କୁ ଧରିଥିଲେ ।ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ସୁକାନ୍ତ ଆଚାର୍ଯ୍ୟ ନାମକ ଏହି ଠକ୍ ଜଣକ ସମ୍ବଲପୁର ଅଭିମୁଖେ ଏକ ବାଇକ୍ ନଂ ଓ ଆର୍ ୧୫ ଏଲ ୧୪୨୨ରେ ଯାଉଥିବା ବେଳେ ପୋଲିସ ସନ୍ଦେହରେ ତାଙ୍କୁ ଅଟକାଇ ବାଇକ୍ ର କାଗଜପତ୍ର ଓ ଆଧାର କାର୍ଡ ଯାଞ୍ଚ କରିଥିଲେ ।ଆଧାର କାର୍ଡ ଟି ନକଲି ଥିଲା ,ତେଣୁ ତାକୁ ଅଧିକ ପଚରା ଉଚୁରା କଲାପରେ ସେ ନିଜର ସମସ୍ତ କାରନାମା ବଖାଣି ଥିଲେ।

ଠକ ଜଣକ କହିଥିଲା ଯେ ଧନୁପାଲି କ୍ରିଷ୍ଣା ମିଠା ଦୋକାନ ପାଖରେ ତାର ଏକ ରବର ଷ୍ଟାମ୍ପ ଦୋକାନ ରହିଛି ।ସେଠାରେ ତାର ସାଥୀ ସୁଶାନ୍ତ ସହ ମିଶି ନକଲି ଆଧାର କାର୍ଡ ,ଭୋଟର କାର୍ଡ ,ପ୍ୟାନ୍ କାର୍ଡ , ଡ୍ରାଇବିଂ ଲାଇସେନ୍ସ,ଆର୍ ସି ସ୍ମାର୍ଟ କାର୍ଡ , ୟୁନିଭରସିଟି ସାର୍ଟିଫିକେଟ,ଗଙ୍ଗାଧର ମେହେର କଲେଜ ର ମାର୍କ ସିଟ,ଦଶମ ଶ୍ରେଣୀ ର ବୋର୍ଡ ସର୍ଟିଫିକେଟ,ବିଦ୍ୟୁତ୍ ବିଲ , ଜନ୍ମ ମୃତ୍ୟୁ ସାଟିର୍ଫିକେଟ୍ ଆଦି ତିଆରି କରି ଲୋକଙ୍କୁ ଦେଇ ପଇସା ନେଇଥାନ୍ତି ।ଏହା ତାଙ୍କର ମୁଖ୍ୟ ଧନ୍ଦା ।

ପୋଲିସ ସୁକାନ୍ତ କୁ ଗିରଫ କରି ତାର ଦେଇଥିବା ଠିକଣା ଜାଗାରେ ପହଞ୍ଚି ସୁଶାନ୍ତ କୁ ମଧ୍ୟ ଗିରଫ କରିଥିଲା ।ଏହା ସହ ଏମାନଙ୍କ ପାଖରୁ ଇଲେକ୍ଟ୍ରୋନିକ ଜେବ୍ରୋମିକ ଏଲ ଇ ଡି ମନିଟର,କି ବୋର୍ଡ,ଆଇବଲ୍ ମାଉସ,କେନନ୍ ସ୍କେନର, ଇପସନ୍ ୧୩୬୦ କଳର ପ୍ରିଣ୍ଟର,ସି ପି ୟୁ, ଏଚ୍ ପି ପ୍ରୋବୁକ୍ ୪୩୩୦ ଲେପ ଟପ୍ ସହିତ ବିଭିନ୍ନ ଜାଲିଆତି ଓ ନକଲି କାର୍ଡ ,ସାର୍ଟିଫିକେଟ ,ଦୁଇଟି ମୋବାଇଲ,ଗୋଟିଏ ଟେକ୍ନୋସ୍ପର୍କ୍ ମୋବାଇଲ,ଖାଲି ମାଲଗୁଜାରି ରସିଦ , ଲେଗଲ ହେଅର୍ ସାର୍ଟିଫିକେଟ, ଇ ସି,ଓ ନଗଦ ୮୪,୪୦୦ ଟଙ୍କା ଜବତ କରାଯାଇଛି।ସୁକାନ୍ତ ବିଭିନ୍ନ ସ୍ଥାନ କୁ ଯାଇ ଗ୍ରାହକ ଠିକ୍ କରିଥାଏ ବୋଲି ପ୍ରକାଶ କରିଛି ।ସେମାନଙ୍କ ବିରୁଦ୍ଧରେ ଅଣ୍ଡରସେକ୍ସନ୪୧୯/୪୨୦/୪୬୬/୪୬୭/୪୬୮/୪୭୧/ ୩୪ ଭାରତୀୟ ପେନlଲ କୋର୍ଟ ଧାରା ୬୬/ସି,୬୬/ଡି ରେ କେସ ନମ୍ବର ୩୬୦/ତା ୧୮,୧୦,୨୨ରେ କେସ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

ଜିଲ୍ଲା ଏସ ଡି ପି ଓ ଅମିତ୍ କୁମାର ପଣ୍ଡା,ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ,ଏସ ଆଇ ଯାଦବ ବାଗ ,ଅନୀମା ଏକା ,ବିପିନ ବାଗ , ଏ ଏସ୍ ଆଇ ଲଳିତ ନାଗ ଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଏହି ସୂଚନା ଦିଆଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାକୁ ନାହିଁ ବାତ୍ୟା ଭୟ,୨୩ ଓ ୨୪ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳରେ ଘଣ୍ଟାପ୍ରତି ୬୦-୭୦ କିମି ବେଗରେ ବହିବ ପବନ...

Thu Oct 20 , 2022
ଭୁବନେଶ୍ୱର(ବାସ୍ତବ ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ସି-ତ୍ରଙ୍ଗକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଜି (ଗୁରୁବାର) ଜାରି କରିଛି ଏକ ବୁଲେଟିନ୍‌। ଆଇଏମ୍‌ଡି ଜାରି କରିଥିବା ବୁଲେଟିନ୍‌ ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି। ୨୩ ଅକ୍ଟୋବରରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା […]

You May Like

Pin It on Pinterest