ବିଜେଡ଼ି ବିରୁଦ୍ଧରେ ଏବେ ପୂର୍ବ ବିଜେଡ଼ି ନେତା !

ବାସ୍ତବ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ । ଏଥିଲାଗି ଦେଖାଦେଲାଣି ରାଜ୍ୟ ରାଜନୀତିରେ ନେତାଙ୍କ ଚଳଚଞ୍ଚଳର ଭୂମିକା । କିଏ ବିଜେଡ଼ିକୁ ଡେଉଁଛି ତ କିଏ ବିଜେପି ମୁହାଁ । ଏବେ ଏବେ ବିଜେପିରେ ବୈଜୟନ୍ତ ଯୋଗ ଦେବାପରେ ଲାଗିଛି ବିଜେପିକୁ ନେତାଙ୍କ ଲମ୍ବାଲାଇନ୍ । ସେହି ଲାଇନ୍ ଭିତରୁ ଦାମ ବାବୁ ଆଗ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପଛକୁ ପଛ ଛିଡ଼ା ହେଲେଣି ବହୁ ତୁଙ୍ଗ ନେତାଙ୍କ ମଧ୍ୟରୁ ଖାରବେଳ ସ୍ୱାଇଁ, ବ୍ରଜ ତ୍ରିପାଠୀ, ନବିନ୍ ନନ୍ଦଙ୍କ ପରି ନେତା ଥିବା ଜଣା ପଡ଼ିଛି । ଅନ୍ୟପଟେ ସୂଚନା ଅନୁଯାୟୀ ଦାମ ବାବୁ ଦିଲ୍ଲୀରୁ ଧମେନ୍ଦ୍ରଙ୍କ ସହ କଥା ହୋଇ ଫେରିବା ପରେ ନବୀନ ନନ୍ଦ ତାଙ୍କୁ ଭେଟିଛନ୍ତି ।

ତାହା ସହ ଖାର ବେଳ ସ୍ୱାଇଁ ମଧ୍ୟ ଗତକାଲି ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ବିଜେପି ଦଳର ନେତା କନମ ବର୍ଦ୍ଧନ ସିଂହ ଦେଓ କହିଛନ୍ତିକି ବିଜେପି ପାଇଁ ଅନେକ ନେତା ଲାଇନରେ ଅଛନ୍ତି ଦଳ ଯାହା ନିଷ୍ପତ୍ତି ନବ । ଅପର ପକ୍ଷରେ କହିବାକୁ ଗଲେ ଦାମଙ୍କ ବୟାନ ପରି ଯେଉଁ ଦଳ ନବୀନଙ୍କ ବିପକ୍ଷରେ ଯିବ ମୁଁ ସେହି ଦଳକୁ ସମର୍ଥନ କରିବି, କହିଲାପରି ଏବେ ସମସ୍ତ ବିଜେଡ଼ିରୁ ବିଦା ହୋଇଥିବା ନେତା ଏକାଠରି ହୋଇ ବିଜେଡ଼ି ବିରୁଦ୍ଧରେ ଶ୍ୱର ଉତ୍ତଳନ କରିବା ପରି ଯେମିତି ଜଣା ପଡିଛି । ଓଡ଼ିଶାରେ ବିଜେଡି, ବିଜେପି ସହ କଂଗ୍ରେସ ବି ରାଜ୍ୟରେ ରାଜା ହେବାକୁ ଜିଜାନ୍ ଲଗାଇ ଦେଇଛି ।ବିଗୁଲ ବାଜିବା ପରେ ଲୋକସଭା ସହ ବିଧାନସଭା ସିଟ ଉପରେ ଆଶାୟୀଙ୍କ ଆଖି ରହିଛି । କୁରୁକ୍ଷେତ୍ରରେ ବିଜୟର ମୁକୁଟ ପିନ୍ଧିବାକୁ କଳେ ବଳେ କୌଶଳେ ପ୍ରାଣମୁର୍ଚ୍ଛା ଉଦ୍ୟମ କରିବେ ରାଜନେତା । ତେଣୁ ପ୍ରାର୍ଥୀ ତାଲିକା ଘୋଷଣା ପରେ ହେବ ଘମାଘୋଟ ଲଢ଼େଇ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପିର ନିର୍ବାଚନୀ ପ୍ରଚର ଆରମ୍ଭ ! ଆଠଦିନେ ହେବ ୫ ହଜାର ସଭା !

Mon Mar 11 , 2019
ବାସ୍ତବ ବ୍ୟୁରୋ: ଆଜିଠୁ ୨୦୧୯ ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ସହରାଅଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ କରିବା ସହ ବିଜୟ ସଂକଳ୍ପ ଯାତ୍ରା କରିବ । ଏଥିଲାଗି ଦଳ ମାତ୍ର ୮ଦିନ ମଧ୍ୟରେ ୫ହଜାରରୁ ଅଧିକ ସଭା କରିବ । ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ରଙ୍କ କହିବା ଅନୁଯାୟୀ ଆଜିଠାରୁ ଆସନ୍ତା ୧୭ ତାରିଖ […]
dharmendra

You May Like

Pin It on Pinterest