କଟକ ଚୌଧୁରୀବଜାରସ୍ଥିତ ମ୍ଯୂନିସିପାଲ୍ ମଡେଲ ହାଇସ୍କୁଲ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ….

ସଂଜୟ ଶତପଥୀ(କଟକ): କଟକ ଚୈ।ଧୁରୀବଜାରସ୍ଥିତ ମ୍ଯୂନିସିପାଲ୍ ମଡେଲ ହାଇସ୍କୁଲ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ସଂଯୋଜିକା ଶ୍ରୀମତୀ ବିଭାଷିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୀନା ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ମହୋତ୍ସବ ପ୍ରାରମ୍ଭ ରେ ସଭାପତିଙ୍କ ଦ୍ବାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା।ଏହି ମହୋତ୍ସବରେ ମ୍ଯୂନିସିପାଲ୍ ମଡେଲ କ୍ଲଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ବକୃତା, ଚିତ୍ରାଙ୍କନ, ବିତର୍କ, ସଙ୍ଗୀତ, ନୃତ୍ୟ, ଅଭିନୟ ଓ ସାଧାରଣ ଜ୍ଞାନ ଆୟୋଜନ କରାଯାଇଥିଲା।

ଏହି ସମାରୋହରେ ମ୍ଯୂନିସିପାଲ୍ ମଡେଲ ହାଇସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ଘୋଷ, ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ନାଥ, ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣା, ଶ୍ରୀ ଶିବପ୍ରସାଦ ନାୟକ, ଶ୍ରୀମତୀ ଗୀତା ବଳ ଓ ଡଃ ଶେଖ୍ ତଵାରକ ଅଲ୍ଲୀ ସୁମନ ପ୍ରତିଯୋଗିତାରେ ବିଚାରପତି ଭାବେ ଯୋଗ ଦେଇଥିଲେ। ଅବଶେଷ ରେ ଶିକ୍ଷୟିତ୍ରୀ ଶ୍ରୀମତୀ ମାନସୀ ସେଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁ ସହଭାଗିତା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଜେଇ ହେଲାଣି ଅଯୋଧ୍ୟା : ଦୀପାବଳି ରେ ଆଲୋକିତ ହେବ ୪୦ଟି ଘାଟ,ଜଳିବ ୧୭ ଲକ୍ଷ ଦୀପ...

Sat Oct 22 , 2022
ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର […]

You May Like

Pin It on Pinterest