ପ୍ରଧାନମନ୍ତ୍ରୀଙ୍କ ରୋଜଗାର ମେଳା:କଟକ ଶହୀଦ ଭବନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦ୍ୱାରା ୧୦୫ଜଣଙ୍କୁ ନିଯୁକ୍ତି ପତ୍ର…

ସଂଜୟ ଶତପଥୀ(କଟକ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଗାମୀ ଏକ ବର୍ଷ ଅବଧି ମଧ୍ୟରେ ଦେଶର ୧୦ଲକ୍ଷ ବେରୋଜଗାର ଯୁବକ ଯୁବତୀଙ୍କୁ ଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ସଂସ୍ଥାରେ ସରକାରୀ ଚାକିରୀ ଦେବାପାଇଁ ଦେଶର ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଶୁଭାରମ୍ଭ ହୋଇଛି ।ଏହି ପରିପେକ୍ଷୀରେ ପ୍ରଥମ ଚରଣରେ ଚୟନୀତ ୭୫୦୦୦ରୁ ଉର୍ଦ୍ଧ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣର ଅବସରରେ କଟକର,ଶହୀଦ ଭବନରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉପସ୍ଥିତିରେ ୧୦୫ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି।

ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିଡିଓ କନଫରେନ୍ସ ଜରିଆରେ ନିଜର ଉଦବୋଧନ ରଖିଥିଲେ । କେନ୍ଦ୍ରର ଭାଜପା ସରକାରଙ୍କ ଦେଶରେ ବଢ଼ୁଥିବା ବେରୋଜଗାରୀର ସମାଧାନ ସମ୍ପର୍କରେ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ତଥା ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଦେଶ ଓ ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରି ନିଜ କର୍ତ୍ତବ୍ୟ ପଥରେ ଯାଇ ଭାରତକୁ ଦୁନିଆର ଶ୍ରେଷ୍ଠ ଦେଶରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଦେଶରୁ ବେରୋଜଗାରୀ ହଟାଇ ଦେଶର ଯୁବକ ଯୁବତୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଯଶସ୍ବୀ ପ୍ରଧାନମନ୍ତ୍ରୀ କିପରି ବିଭିନ୍ନ କେନ୍ଦ୍ରସରକାରଙ୍କ ସଂସ୍ଥାରେ ସମସ୍ତ ଖାଲି ଥିବା ପଦ ପୂରଣ ପାଇଁ କଠୋର ନିର୍ଦେଶ ଦେଇଛନ୍ତି ତଥା ଏକ ବର୍ଷ ମଧ୍ୟରେ ୧୦ଲକ୍ଷରୁ ଉର୍ଦ୍ଧ ଲକ୍ଷ୍ୟ କୁ ନିଶ୍ଚିତଭାବେ ପୂରଣ କରାଯିବ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, କଟକ ନଗର ଜିଲ୍ଲା ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ , କଟକସଦର ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ବେହେରା, ବରିଷ୍ଠ ବିଜେପି ନେତା ଶ୍ରୀ ସଜ୍ଜନ ଶର୍ମା,କର୍ପୋରେଟର ଲକ୍ଷ୍ମୀଧର ବେହେରା,ସତ୍ୟବ୍ରତ ମିଶ୍ର, କାମାକ୍ଷା ମିଶ୍ର,ଭାରତ ଜଟାନିଆ,ଅମ୍ରିତ ଆଚାର୍ଯ୍ୟ, ଶିବନାରାୟଣ ନାୟକ, ରଶ୍ମି ମହାପାତ୍ର, ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ଜୀବନ ଜ୍ୟୋତି ଦାସ ,ଦିଲ୍ଲୀପ ସାହୁ,ସନ୍ତୋଷୀ ଚୌଧୁରୀ, ପ୍ରିତମ ମହାନ୍ତି ତଥା ବହୁ ବିଜେପି କାର୍ଯ୍ୟକର୍ତ୍ତା, ସହରର ବିଶିଷ୍ଟ ବୁଦ୍ଧିଜୀବୀ ଓ ନିଯୁକ୍ତି ପାଇଥିବା ସମସ୍ତ ଯୁବକ ଯୁବତୀ ତଥା ତାଙ୍କ ଆତ୍ମୀୟ ଉପସ୍ଥିତ ଥିଲେ । ରେଳ ଓ ପୋଷ୍ଟାଲ ବିଭାଗର ବରିଷ୍ଠ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକରେ କାଳୀପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

Sun Oct 23 , 2022
ସଂଜୟଶତପଥୀ(କଟକ): କଟକରେ ଆସନ୍ତାକାଲି କାଳୀପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଶ୍ରଦ୍ଧା ଓ ଭକ୍ତିମୟ ହୋଇ ଉଠିବ ଐତିହାସିକ କଟକ ସହର । ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଁଚିଛି। ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା’ କାଳୀଙ୍କୁ ପୂଜା କରାଯିବ । କାଳୀପୂଜା ଅବସରରେ ଦୁଇ ଦିନ ଧରି ସାଂସ୍କୃତକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ। ଚଳିତ ବର୍ଷ କଟକରେ ବହୁ ଆଡମ୍ବରରେ ପାଳନ […]

You May Like

Pin It on Pinterest