
ବରଗଡ଼୨୩/୧୦(ନବୀନ ଦାଶ):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଦେଇ ଯାଇଛି ୫୩ନଂ ରାଜରାସ୍ତା ତଥା ବରଗଡ଼ ସମ୍ବଲପୁର ଓ ସମ୍ବଲପୁର ବରଗଡ଼ ଚାରିଥାଳିଆ ତ୍ରୁଟିପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ରାଜରାସ୍ତା । ରେଙ୍ଗାଲିକେମ୍ପ ଛକ ନିକଟ ଓ ଅତାବିରା ଝାଉଁ ଜୋର ନିକଟରେ ଏନ୍ଏସି ଗେଟ୍ ଯିବା ଆସିବା ଲୋକଙ୍କୁ ସ୍ବାଗତ ଓ ବିଦାୟ ଜଣାଇ ଅବହେଳିତ ଅତାବିରା ଏନ୍ ଏସି ର କାର୍ଯ୍ୟ କଳାପ କୁ ବେଶ୍ ସୂଚିତ କରିଆସୁ ଥିଲା ।
ରେଙ୍ଗାଲି କେମ୍ପ ଛକ ସ୍ଥିତ ଗେଟ୍ ରାଜରାସ୍ତା ଉପରେ ପାଖାପାଖି ଅଢେଇ ବର୍ଷ ପୂର୍ବରୁ ଭାଙ୍ଗିପଡି ଅଳ୍ପକେ ବର୍ତ୍ତି ଯାଇଥିଲେ ଲୋକେ ।ସେହିପରି ଝାଉଁ ଜୋର୍ ନିକଟସ୍ଥ ଗେଟ୍ ଦୁର୍ଘଟଣା ଗ୍ରସ୍ତ ହୋଇ ମାସ ମାସ ଧରି ଅଧା ଅଧିଆ ଛିଣ୍ଡି ଯାଇ ବାକି ଅଧକ ରାଜରାସ୍ତାରେ ଯିବା ଆସିବା ଲୋକ ଙ୍କ ମୁଣ୍ଡ ଉପରେ ଝୁଲି ରହି ଥିଲା। ଆମେ ଆମର ଚ୍ୟାନେଲ ମାଧ୍ୟମରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଗୋଚର କରି ଆସୁଥିଲୁ।

ବିଳମ୍ବରେ ହେଉପଛେ, ଆଜି ରାଜରାସ୍ତା ବିଭାଗୀୟ ଅଧିକାରୀ ମାନଙ୍କ ଉଦ୍ୟମରେ ବିପଦ ପୂର୍ଣ୍ଣ ଗେଟ୍ କୁ ହଟାଇ ଦିଆଯାଇଛି । ରାଜରାସ୍ତା ଟି ଦିନ ରାତି ହଜାର ହଜାର ଗାଡ଼ି ମଟର ସହ ଲୋକ ତଥା ସ୍କୁଲ ପିଲା ଯାତାୟାତ କରି ଟ୍ରାଫିକ ସମସ୍ୟା ରେ ଅତାବିରା ଅଞ୍ଚଳ ଅଣାୟତ୍ତ ହୋଇପଡେ । ଯାହା ଗେଟ୍ ହଟାଇବା ଦାୟୀତ୍ୱରେ ଥିବା କର୍ମଚାରୀ ମାନଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ରୁ ଲୋକେ ଭୟଭୀତ ହୋଇ ଯିବାଆସିବା କରିବାକୁ ବାଧ୍ୟ ହୋଇଥିଲେ ।ଏବେ ସାଧାରଣ ଜନତା ଆସୋସ୍ଥ ହେବାସହ ବାସ୍ତବ ଟିଭି ପରିବାରକୁ ଧନ୍ୟବାଦ ଦେଇଛନ୍ତି ।