ଧୁମଧାମରେ ପାଳନ ହେଉଛି ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୂଜା…

ବାସ୍ତବବ୍ୟୁରୋ(ଭଦ୍ରକ) ୨୪/୧୦: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ଆଜି ମା’ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଥିବା ବେଳେ, ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଭକ୍ତଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ,ମନ୍ଦିରରେ ନାହିଁ ନଥିବା ଗହଳି ପରିଲକ୍ଷିତ ହେଉଛି ।

ପରମ ବୈଷ୍ଣବୀ ମା’ ଭଦ୍ରକାଳି ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ପାଇଁ କାଳୀପୂଜା ଠାରୁ ସାତ ଦିନ ଧରି ମା’ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି ।ସପ୍ତମାତୃକା ବେଶର ପ୍ରଥମ ଦିନରେ ମା’ ବେଦମାତା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବସରରେ ମା ଙ୍କୁ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଚଣ୍ଡୀପାଠ ଅନୁଷ୍ଠିତ ହୋଇଛି।

ମନ୍ଦିରରେ ମା’ଙ୍କ ଦର୍ଶନ ଲାଗି ଭକ୍ତମାନଙ୍କ ଭିଡ ଲାଗିବ । ବେଦମାତା ବେଶରେ ଭକ୍ତ ମାନେ ଦର୍ଶନ କଲେ ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଆସନ୍ତାକାଲି ସପ୍ତମାତୃକା ବେଶର ଦ୍ଵିତୀୟ ଦିନରେ ମା’ ମହାକାଳୀ ବେଶରେ ପୂଜା ପାଇବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାର୍ଗିଲରେ ପହଞ୍ଚିଛନ୍ତି ପିଏମ ମୋଦୀ, ସୈନିକମାନଙ୍କ ସହ ପାଳନ କରିବେ ଦିୱାଲୀ...

Mon Oct 24 , 2022
ବାସ୍ତବବ୍ୟୁରୋ:ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲରେ ପହଞ୍ଚିଛନ୍ତି। ୨୦୧୪ ରେ ପ୍ରଥମ ଥର ପାଇଁ ସେ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିଥିଲେ। ସେହି ଦିନଠାରୁ, ପ୍ରତିବର୍ଷ ସେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିଜ ଘରୁ ଦୂରରେ ରହୁଥିବାସୈନିକମାନଙ୍କ ସହିତ ଦୀପାବଳି ପର୍ବ ପାଳନ କରିଆସୁଛନ୍ତି । ସେୟାର କରନ୍ତୁ

You May Like

Pin It on Pinterest