-ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସ୍ମିଟରେ ସୂଚନା
-ଆଜି ରାତି ୮ଟାରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହରରେ ହଟିବ ସଟ୍ଡାଉନ
-ସୂର୍ଯ୍ୟନଗର କେସ୍ଟି କୋଲକାତାରୁ ଆସିଥିଲା, ସେହିପରି ବମିଖାଲ୍ କେସ୍ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି, ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ
-୩ ସହରର ପୋଲିସ କର୍ମଚାରୀଙ୍କୁ ଧନ୍ୟବାଦ , ସଂକ୍ରମଣର କାରଣ ଜାଣିବା ପାଇଁ ସଟ୍ଡାଉନ କରାଯାଇଥିଲା,

-ସଟଡାଉନ୍ ସମୟ ସରିବା ପରେ ଅଧିକ ମାତ୍ରାରେ ଦୋକାନକୁ ଯାଇ ଭିଡ଼ ଜମାନ୍ତୁ ନାହିଁ, ରାତି ୮ଟା ପରେ ଗ୍ରୋସରୀ ଦୋକାନ, ପରିବା ଦୋକାନ ଖୋଲାହେବ
-କୌଣସି ପ୍ରମାଣ ନାହିଁ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି।ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେବେ ସେଠାରେ ସଟଡାଉନ ହେବ ।ଏନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ
କରୋନା ମୁକାବିଲା ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ସୂଚନା: ବିଦେଶରୁ ଫେରିଥିବା ସମସ୍ତ ୩୫ ଜଣଙ୍କ ସ୍ୱାବ୍ ନମୁନା ନେଗେଟିଭ୍ ଆସିଛି, ନିଜାମୁଦ୍ଦିନ ଲିଙ୍କ୍ରେ ଆସିଥିବା ୨ ଜଣଙ୍କର ନମୁନା ମଧ୍ୟ ନେଗେଟିଭ୍ ଆସିଛି, ତେଣୁ କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ



