ଗୁରୁ ଭଗବାନ ସାହୁ ସ୍ମୃତି କମିଟୀର ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବରଗଡ଼,୨୪.୧୦(ନବୀନ ଦାଶ):ଆସନ୍ତା ଅକ୍ଟୋବର ୩୦ ତାରିଖ ଦିନ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ ହେବାକୁ ଥିବା ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଇଁ ସ୍ଥାନୀୟ ଏ.ଇ. ଏମ୍ .ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ସ୍ମୃତି କମିଟି ର ଅଧ୍ୟକ୍ଷ ଡ଼.ତପସ୍ଵିନୀ ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକ ରେ ସ୍ମୃତି କମିଟୀ ର ସଦସ୍ୟ ମାନେ ଉପସ୍ଥିତ ରହି ପ୍ରସ୍ତାବ ମାନ ଦେଇଥିଲେ ଓ ବୈଠକ ର ସଫଳତା ପାଇଁ ନିଜ ନିଜର ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଗୁରୁ ଭଗବାନ ସାହୁଙ୍କ ବିଭିନ୍ନ କୃତି ସମ୍ପର୍କରେ ଆଲୋଚନା କରାଯିବା ସହ ରାଜ୍ୟ ସ୍ତରରେ ସଙ୍ଗଠନ କିପରି ସମୃଦ୍ଧି କରାଯାଇ ପାରିବ ସେ ସମ୍ପର୍କ ରେ ଆଲୋଚନା କରାଯାଇ,ବିଭିନ୍ନ କମିଟି ଗଠିତ ହୋଇ କାର୍ଯ୍ୟଭାର ଅର୍ପଣ କରାଯାଇଥିଲା ।

ଉକ୍ତ ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରୁ ମନୋରଞ୍ଜନ ମେହେର,ଶିବାନନ୍ଦ ମଟାରି,ମାମରାଜ୍ ସ୍ୱାଇଁ,ଡ଼ଃ ସେଶାନ ବିଶି,ନିରୋଦ ସାହୁ,ଡ଼ଃ ରବିନାରା ୟଣ ସାହୁ,ରବିନ ଚନ୍ଦ୍ର ଦାସ,ସରୋଜ କୁମାର ମାଝୀ,ପଞ୍ଚାନନ ବାରିକ, ଅଶୋକ କୁମାର ସାହୁ,ଦଧିବାମନ ଶତପଥୀ,ଗୁରୁ ଭାଗବତ ପ୍ରଧାନ, ମଳୟ ମହାନ୍ତି,କୃଷ୍ଣଚନ୍ଦ୍ର ପଣ୍ଡା, ଅମୃତ କୁମାର ବାରିକ,ଅଶୋକ କୁମାର ପଶାୟତ,ଡ଼ଃ ଯଶବିର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।ପରିଶେଷ ରେ ଉଦ୍ଦେଶ୍ୟ ଜ୍ଞାପନ କଲେ ଡ଼. ସେଷାନ ବିଶି ଏବଂ ସମ୍ପାଦକ ମଳୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଅନୁଷ୍ଠିତ...

Mon Oct 24 , 2022
ନବୀନ ଦାଶ(ବରଗଡ): ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ଆଜାଦୀ କପ ଲିଗ ମେଚ ଫାଇନାଲ ତଥା ଅନ୍ତିମ ଦିବସ ରେ ବହଲପାଲି ଏକାଦଶ ଓ ଜାମଡୋଲ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବହଲପାଲି ଏକାଦଶ ୧/୦ ଗୋଲ ରେ ବିଜୟୀ ହୋଇଥିଲେ ।ରେଫରୀ ଭାବେ ଶିବାନନ୍ଦ ଦାଶ, ପଂଚାନନ ପାତ୍ର ଓ ଅଶ୍ଵିନି ମେହେର ଖେଳ ପରିଚାଳନା କରିଥିଲେ। ଫୁଟବଲ ମହୋତ୍ସବ ର […]

You May Like

Pin It on Pinterest