
ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଅଞ୍ଚଳରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୩ ଜଣ ଗୋଷ୍ଠୀ ସମୂଳ ଶିକ୍ଷକ ଏବଂ ୯ଜଣ ଅର୍ନ୍ତ ନିବେଶୀ ଶିକ୍ଷା ସୂେଚ୍ଛା ବେସୀଙ୍କ ନିଷ୍ଠାପର କାର୍ଯ୍ୟ ବ୍ଲକର ସମସ୍ତ ଦିବ୍ୟାଙ୍ଗ ଛାତ୍ର ଛାତୀ ତଥା ସେମାନଙ୍କର ଅଭିବାବକଙ୍କ ମନରେ ଆଶାର ଆଲୋକ ଆଣିଦେଇଛି ।
ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସରକାରଙ୍କ ତରଫରୁ ଯେଉଁ ସବୁ ଯୋଜନା ଅଛି ଯେପରିକି ବାଣୀଶ୍ରୀ ବୄତ୍ତି ଜାତୀୟ ବୄତ୍ତି ଏସ୍ କଟ୍ ଟାନ୍ସ୍ ପୋଟ ଏବଂ ଗାର୍ଲସ ଷ୍ଟାଇପେଣ୍ଟ ଇତ୍ୟାଦିର ସୁବିଧା କିପରି ପିଲାମାନେ ପାଇ ପାରିବେ ସେଥିପ୍ରତି ଅର୍ନ୍ତ ନିବେଶୀ ଶିକ୍ଷା ସ୍ବେଚ୍ଚାସେବୀଙ୍କର ରହିଥିବା ସାହାର୍ଯ୍ୟ ପାଇଁ ଅଭିବାବଙ୍କ ମାନେ ବେଶୀ ଖୁସୀ ହେଉଥିବାର ଲକ୍ଷ କରାଯାଇଛି ।ଏପରିକି ପିତାମାତା ପରାମର୍ଶ ଶିବିରରେ ଅର୍ନ୍ତନିବେଶୀ ସ୍ୱେଛାସେବୀଙ୍କ ନିଷ୍ଠାପର କାର୍ଯ୍ୟ ଅଭିବାବଙ୍କ ମହଲରେ ଖୁସୀର ଲହରୀ ଖେଳାଇ ଦେଇଛି ।
ନିକଟ ଅତିତରେ ତା ୧୭.୧୦,୨୨ ରୁ ୧୯.୧୦.୨୨ ପର୍ଯ୍ୟନ୍ତ ମୁକୁନ୍ଦପୁର ସରକାରୀ ଉନ୍ନୀତ ଉପ୍ରା ବିଦ୍ଯାଳୟ ଠାରେ ଅନୁଷ୍ଠିତ ହୋଇଥିବା ମଣ୍ଡଳ ସ୍ତରୀୟ ପ୍ରଥମ ପ୍ରଜ୍ୟାୟ ତ୍ରି ଦିବସିୟ ବାକ ଚିକିତ୍ସା ଶିବିରରେ କୋଡିଏ ଜଣ ବାକ ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗ ଛାତ୍ର, ଛାତ୍ରୀ ପ୍ରଶିକ୍ଷଣ ଲାଭ କରିଥିବାରୁ ଶିବିର ଦାୟିତ ରେ R P ଶ୍ରୀଯୁକ୍ତ ଜୟନ୍ତ ପ୍ରସାଦ ସ୍ୱାଇଁ ଏବଂ ସହଯୋଗୀ ଚାରିଜଣ ଅନ୍ତର ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ଙ୍କୁ ଉପସ୍ଥିତ ଅଭିଵାବକ ଧନ୍ୟବାଦ ଦେବା ସହ ଏମାନଙ୍କ ନିଷ୍ଠାପର କାର୍ଯ୍ୟ କୁ ପ୍ରଶଂସା କରିଥିଲେ । ପରବର୍ତ୍ତୀ ଦ୍ୱିତୀୟ ଶିବିର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ବ୍ଲକର ଅନ୍ୟ ଅଞ୍ଚଳ କୁ ନେଇ ଅନୁଷ୍ଠିତ ହେବବୋଲି ଜଣାପଡିଛି ।