
ବାସ୍ତବ ବ୍ୟୁରୋ: ଭାରତରେ ମେସେଜିଂ ଆପ୍ ହ୍ୱାଟସ୍ ଆପ୍ ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ଡାଉନ ହୋଇଯାଇଛି। ଲୋକେ ଏହି ଆପ୍ ରେ ମେସେଜ୍ ପଠାଇବା ଓ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ୱାଟସ୍ ଆପରେ ମେସେଜ୍ ସେଣ୍ଡ କଲେ ଏରର ଦେଖାଉଛି।
ଦେଶରେ ହ୍ୱାଟସ୍ ଆପ୍ ଡାଉନ ପଡିବାର ଅଭିଯୋଗ ଲୋକେ ସୋସିଆଲ୍ ମିଡ଼ିଆ ରେ ମଧ୍ୟ କଲେଣି। ହ୍ୱାଟସ୍ ଆପ୍ ଡାଉନ ପଡିବା ଯୋଗୁ ବିଶ୍ୱରେ କୋଟିକୋଟି ଲୋକେ ପ୍ରଭାବିତ ହୋଇଛନ୍ତି। ଭାରତରେ ଲୋକେ ପ୍ରାୟ ଅଧଘଣ୍ଟା ହେବ ମେସେଜ୍ ଆଦାନ ପ୍ରଦାନରେ ଅସୁବିଧା ହେଉଥିବା ଅଭିଯୋଗ କରୁଛନ୍ତି। ଅଧିକାଂଶ ବ୍ୟବହାରକାରୀଙ୍କ ୱେବ୍ ହ୍ୱାଟସ୍ ଆପ୍ ପୂରାପୂରି ବନ୍ଦ ହୋଇଯାଇଛି। ଅନ୍ୟ କିଛି ବ୍ୟବହାରକାରୀ ହ୍ୱାଟସ୍ ଆପ୍ ଖୋଲି ପାରୁଛନ୍ତି ମାତ୍ର ଫଟୋ କି କୌଣସି ଫାଇଲ୍ ପଠାଇ ପାରୁନାହାନ୍ତି। ତେବେ ହ୍ୱାଟସ୍ ଆପ୍ର ପ୍ୟାରେଣ୍ଟ୍ କମ୍ପାନି ମେଟା ଏଯାଏ ଏହାର ସମାଧାନର ବାଟ କାଢ଼ି ପାରନାହିଁ।



