ପୂର୍ଣ୍ଣାହୁତି ସହ ସମ୍ପର୍ଣ୍ଣ ହେଲା ରେଙ୍ଗାଲି କେମ୍ପ ମାଁ ଶ୍ୟାମାକାଳୀ ଙ୍କ ପ୍ରତିଷ୍ଠା ମହୋତ୍ସବ,ନୂତନ ବିଗ୍ରହ ଗମ୍ଭୀରା ପ୍ରବେଶ….

ନବୀନ ଦାଶ(ବରଗଡ):୨୬/୧୦- ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କେମ୍ପ କେନାଲ କଲୋନୀ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ଗତ ୨୩ତାରିଖ ଦିନ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ସହ ଗମ୍ଭିରା ପ୍ରବେଶ ସମ୍ପନ୍ନ ହୋଇଛି ।

୨୪ତାରିଖ ଦିନ ମାଁ ଙ୍କ ନବ ନିର୍ମିତ ପିତ୍ତଳ ବିଗ୍ରହ ଶସ୍ୟା ଭିଷେକ ସହ ଚଣ୍ଡୀ ହୋମ, କୁଷ୍ମାଣ୍ଡ ବଳି ଆଦି ନୀତିକାନ୍ତି ଷୋଡ଼ଶ ଉପଚାର ପୂଜା ପୂର୍ବକ ହଜାର ହଜାର ଭକ୍ତ ଙ୍କ ଗହଣରେ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ପାଇଁ ଆଖପାଖ ଅଞ୍ଚଳ ତଥା ଦେବାହାଲ, ରେଙ୍ଗାଲି ପାଲି,କୁଡା ପଡ଼ା,ଦାସ ପଡ଼ା,ତାଜ ଟିକ୍ରା ରୁ ଭବ୍ୟ କୁଗାର ଯାତ୍ରା ଘଣ୍ଟ ଶଙ୍ଖ ହୁଳହୁଳି ତଥା ମାଙ୍ଗଳିକ ବାଦ୍ୟ ର ତାଳେ ତାଳେ ମାଁଙ୍କ ପୀଠ ସମୀପ ରେ ପହଞ୍ଚି ମାଁ ଶ୍ୟାମାକାଳୀ ଙ୍କ ଉତ୍ତର ପ୍ରଦେଶ ଜଳେଶ୍ଵର ରୁ ଆସିଥିବା ନବ ନିର୍ମିତ ହୋଇ ଆସିଥିବା ୩୬କିଲୋ ଓଜନ ତଥା ୩ଫୁଟ ଉଚ୍ଚତା ର ପିତ୍ତଳ ବିଗ୍ରହ ଙ୍କ ପ୍ରତିଷ୍ଠା ପୂର୍ବକ ଗମ୍ଭୀରା ପ୍ରବେଶ ହୋଇ ସନ୍ଧ୍ୟାରେ ଆରତୀ,ପୁଷ୍ପାଞ୍ଜଳି ପୂର୍ଣ୍ଣାହୁତି ଓ ଆଲୋକମାଳା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ମନମୁଗ୍ଧକର ହୋଇଥିଲା।

ଏହି ଅବସରରେ ପୂଜକ ଭାବେ ଅଚ୍ୟୁତା ନନ୍ଦ ଶତପଥୀ ଓ ତାଙ୍କ ସାଥି ମାନେ ବ୍ରହ୍ମା ବରଣ ହୋଇ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କର୍ତ୍ତା ଦାୟିତ୍ଵ ଦିବ୍ୟ କିଶୋର କୌର ଓ ଧର୍ମପତ୍ନୀ ଦୀପାଞ୍ଜଳୀ କୌର ନିର୍ବାହ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ୬୨ ବର୍ଷ ବୟସରେ ଦେହାନ୍ତ...

Thu Oct 27 , 2022
ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି […]

You May Like

Pin It on Pinterest