ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ୬୨ ବର୍ଷ ବୟସରେ ଦେହାନ୍ତ…

ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି ଲାଭ କରିଥିଲେ |

ଏହା ବ୍ୟତୀତ ଇସମାଇଲ ଗଡ଼ ଆଣ୍ଡ ଗନ, ଅହିସ୍ତା ଅହିସ୍ତା, ବୁଲନ୍ଦି, ସୁରିଆ, ଦିଲ୍ ଆଖୀର ଦିଲ୍ ହେ , ଅଗର, ପୋଲିସ୍ ପବ୍ଲିକ୍, ଝୁଟା ସଚ୍ଚ, ନିଶ୍ଚୟ,ଲଭ୍ ୮୬,ଜିଦ୍ଦୀ ,ଥୋଡା ତୁମ୍ ବଦଲୋ ଥୋଡା ହମ୍ ଭଳି ସମସ୍ତ ହିଟ୍ ତଥା ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି | ସେ ଏକାଧାରରେ ଜଣେ ସୁ କାହାଣୀକାର ଥିଲେ, ତାଙ୍କର ମୃତ୍ୟୁ ଖବର ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

Thu Oct 27 , 2022
ବାସ୍ତବ ବ୍ୟୁରୋ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ନଭେମ୍ବର ୧ରୁ ପର୍ଯ୍ୟଟକ ମାନଙ୍କ ପାଇଁ ପୁଣି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକ ମାନଙ୍କ ପାଇଁ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପ୍ରବେଶ କରିପାରିବେ । ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ […]

You May Like

Pin It on Pinterest