ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ।  ସୁବର୍ଣ୍ଣ ଜୟନ୍ତୀ ପାଇଁ ସଜେଇ ହୋଇଛି ଧଉଳି

ବାସ୍ତବ ବ୍ୟୁରୋ : ଆଜି (ଶୁକ୍ରବାର) ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ।  ସୁବର୍ଣ୍ଣ ଜୟନ୍ତୀ ପାଇଁ ସଜେଇ ହୋଇଛି ଧଉଳି ଶାନ୍ତିସ୍ତୁପ । ଏହି ଅବସରରେ ବୌଦ୍ଧ ସାଧୁସନ୍ଥ ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି । ରାଜଭବନରୁ ଧଉଳି ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସାଧୁ। ଧଉଳିରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ବୌଦ୍ଧ ସନ୍ୟାସୀ ଏବଂ ଧର୍ମଗୁରୁ । ଅଶୋକ ଶିଳାଲିପି ପରିଦର୍ଶନ କରିବା ସହ ବିଶ୍ବକୁ ଶାନ୍ତି ବାର୍ତ୍ତା ବାଣ୍ଟିଛନ୍ତି ।

ଧଉଳିର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ପୂଜାପାଠ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେଉଛି ଧଉଳି ପାହଡ। ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲାପାଳ ପ୍ରମୁଖ ଧଉଳି ପରିଦର୍ଶନ କରିବା ସହ ଉନ୍ନତିମୂଳକ କାମର ତଦାରଖ କରିଛନ୍ତି । ତେବେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଆଜି (ଶୁକ୍ରବାର) ସକାଳ ୭ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ :ଏହା କେବଳ ଏକ ପ୍ରସ୍ତାବ କିନ୍ତୁ ବାଧ୍ୟତାମୂଳକ ନୁହଁ- ମୋଦି

Sat Oct 29 , 2022
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ପୁଲିସ ପାଇଁ “ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ”ର ପ୍ରସ୍ତାବ ଦେଇଛନ୍ତି। ଯାହା ବିଜେପି ସରକାରଙ୍କ ‘ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି। ହରିୟାଣାରେ ଚାଲିଥିବା ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ସେ କହିଛନ୍ତି ଯେ , ଏହା କେବଳ ଏକ ପ୍ରସ୍ତାବ, କିନ୍ତୁ ବାଧ୍ୟତାମୂଳକ ନୁହଁ। ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଛନ୍ତି । […]

You May Like

Pin It on Pinterest