ଭୁବନେଶ୍ବର-ଜୟପୁର ବିମାନସେବା ଆରମ୍ଭ;ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍ ୯୯୯ଟଙ୍କା…

ଭୁବନେଶ୍ୱର :ଅକ୍ଟୋବର ୩୧ ରୁ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ବିମାନ,ଆରମ୍ଭ ହେବ ବିମାନ ଚଳାଚଳ ସେବା । ଏ ସମ୍ବଦ୍ଧରେ ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଶୁକ୍ରବାର ରାତିରେ ଟ୍ବିଟ୍‌ ମାଧ୍ୟମରେ ଏହା ଜଣାଯାଇଛି।

ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ,ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଲାଇସେନ୍ସ ଦିଆଯାଇଥିଲା। ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର, ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ୩୧ତାରିଖରୁ ଏହି ବିମାନସେବା ଆରମ୍ଭ ହେବ।

ଏଥିପାଇଁ କିଛି ଯାତ୍ରୀ ପ୍ରଥମ ଥର ଭୁବନେଶ୍ବରରୁ ଜୟପୁରକୁ ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ ଏୟାର ସାଇଟ୍‌ରୁ ଅନ୍‌ଲାଇନ୍ ଟିକେଟ କରିଥିବା ସୂଚନା ମିଳିଛି। ଏଥିସହ ଇଣ୍ଡିଆ ୱାନ ଏୟାର ପକ୍ଷରୁ ଅଫର ପ୍ରାଇସ୍ ଭାବେ ବିମାନରେ ଭୁବନେଶ୍ବରରୁ ଜୟପୁରକୁ ଯିବାପାଇଁ ଟିକେଟ ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି।

ସେହିପରି, ରାଉରକେଲା ସହରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ମଧ୍ୟ ପୂରଣ ହେବାକୁ ଯାଉଛି। ଖୁବ୍‌ଶୀଘ୍ର ଏଥର ରାଉରକେଲା ବିମାନ ବନ୍ଦରରୁ ବିମାନ ଉଡ଼ିବ। ବାଣିଜ୍ୟିକ ବିମାନ ସେବାପାଇଁ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଟିଆ ଲିମିଟେଡ୍‌(ସେଲ୍‌) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍‌ ଅବଧି ପୁଣି ବଢିଲା...

Sat Oct 29 , 2022
ବାସ୍ତବ ବ୍ୟୁରୋ : ଗାଡ଼ିରେ ନମ୍ୱର ପ୍ଲେଟ୍‌ (ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌) ଅବଧି ପୁଣି ବଢ଼ାଇଛନ୍ତି ରାଜ୍ୟ ସରକାର । ପରିବହନ ବିଭାଗ ସୂଚନାନୁଯାୟୀ, ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରି […]

You May Like

Pin It on Pinterest