ଭୁବନେଶ୍ୱର ରେ ଆଜି ୧୮ ସଂକ୍ରମଣ …ରାଜ୍ୟରେ ମୋଟ୍ ୩୯

ବାସ୍ତବ ବ୍ୟୁରୋ-ଓଡ଼ିଶାରେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି। ଦିନକରେ ଚିହ୍ନଟ ହେଲେ ୧୮ କରୋନା ପଜିଟିଭ୍ । ଆଜି ମଧ୍ୟାହ୍ଣରେ ଭୁବନେଶ୍ବରରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଣି ୧୬ ଜଣ କରୋନା ଆକ୍ରାନ୍ତ ରାଜଧାନୀ ଭୁବନେଶ୍ବରରୁ  ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। 

ନୂଆ ସଂକ୍ରମିତ ୧୬ ଜଣଙ୍କ ମଧ୍ୟରେ ୧୫ ଜଣ ଭୁବନେଶ୍ୱର ବମିଖାଲ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରିଛି। ସମ୍ପୃକ୍ତ ବମିଖାଲ ଅଂଚଳକୁ ସିଲ କରାଯିବା ସହ ସଂକ୍ରମଣ ମୁକ୍ତ କରାଯାଇଛି ତେବେ ଏବେ ସେହି ଅଂଚଳରେ ଘରକୁ ଘର ବୁଲି ସର୍ଭେ କରାଯାଉଛି।

ବର୍ତ୍ତମାନ ସିଲ୍ ହୋଇଥିବା ବମିଖାଲ୍ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସର୍ଭିଲାନ୍ସ ଟିମ୍ ଘରକୁ ଘର ବୁଲି ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି। ଏହାପରେ ବମିଖାଲ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ସମସ୍ତ ସଂଦିଗ୍ଧଙ୍କୁ ଆଇସୋଲେସନରେ ରଖାଯିବା ସହ ସେମାନଙ୍କର ସ୍ବାବ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିସହ ଭୁବନେଶ୍ବରର ନାଗରିକମାନଙ୍କୁ ଭୟ ନ କରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Apr 6 , 2020
୧-୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍। ୨-ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, ଆଜିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର । ୩-ଭୁବନେଶ୍ୱର:କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍‌ କମିଶନରଙ୍କ କଡ଼ା ନିର୍ଦ୍ଦେଶ। ୪-ଦୋକାନୀଙ୍କ ପାଇଁ ଆଜିଠୁ କଡା ନିୟମ । […]

You May Like

Pin It on Pinterest