ହାଇ ସିକ୍ୟୁରିଟି ନମ୍ୱର ପ୍ଲେଟ୍‌ ଅବଧି ପୁଣି ବଢିଲା…

ବାସ୍ତବ ବ୍ୟୁରୋ : ଗାଡ଼ିରେ ନମ୍ୱର ପ୍ଲେଟ୍‌ (ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌) ଅବଧି ପୁଣି ବଢ଼ାଇଛନ୍ତି ରାଜ୍ୟ ସରକାର । ପରିବହନ ବିଭାଗ ସୂଚନାନୁଯାୟୀ, ଗାଡ଼ି ନମ୍ୱର ଶେଷରେ ୧, ୨, ୩, ୪ ଥିଲେ ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି କରାଯାଇଛି । ସେହିପରି ୫, ୬ ନମ୍ବର ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି । ୭, ୮ ଥିଲେ ୨୦୨୩ ଜାନୁଆରି ୩୧ ଶେଷ ତାରିଖ ଏବଂ ୯ ଓ ୦ ଥିଲେ ଶେଷ ତାରିଖ ୨୦୨୩ ଫେବୃଆରି ୨୮ ତାରଖକୁ ଅବଧି ବୃଦ୍ଧି ହୋଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ପରିବହନ ବିଭାଗ ।

ସୂଚନାନୁଯାୟୀ, ଆଗୁଆ କିଛି ବ୍ୟବସ୍ଥା ନକରି ରାଜ୍ୟ ସରକାର ତରବରିଆ ଭାବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌(HSRP) ପାଇଁ ବିଜ୍ଞପ୍ତି ପ୍ରକାଶ କଲେ। ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଇଥିଲା। ହେଲେ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଲୋକମାନେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଶେଷରେ ମାମଲା ଓଡିଶା ହାଇକୋର୍ଟରେ ପହଞ୍ଚିଲା। ସେପ୍ଟେମ୍ବର ୩୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ନିର୍ମାଣ ଓ ଭଙ୍ଗାରୁଜା ଉପରେ ଲାଗିଲା ରୋକ...

Sat Oct 29 , 2022
ବାସ୍ତବ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ନିଦ ହଜାଇଲାଣି ଦିଲ୍ଲୀ ସରକାରଙ୍କର । ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର।  ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। […]

You May Like

Pin It on Pinterest