
ବାସ୍ତବ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ନିଦ ହଜାଇଲାଣି ଦିଲ୍ଲୀ ସରକାରଙ୍କର । ଦିଲ୍ଲୀରେ ପ୍ରଦୂଷଣ ମାତ୍ରାର ଉତ୍କଟ ଚିତ୍ର ଆସିବା ପରେ ସତର୍କ ହୋଇଛନ୍ତି ଦିଲ୍ଲୀ ସରକାର । ପ୍ରଦୂଷଣ ମାତ୍ରା କମେଇବା ପାଇଁ ସରକାର କେତେ କଟକଣା ଲାଗୁ କରିଛନ୍ତି। ଦିଲ୍ଲୀରେ ଏବେ କୌଣସି ନିର୍ମାଣ ଓ ଭଙ୍ଗାରୁଜା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର। ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଜିଆରଏପି ଷ୍ଟେଜ୍ ୩ ଅଧୀନ ଦିଲ୍ଲୀରେ ଏହି କଟକଣା ଲଗାଯାଇଛି । ଏହି ନିମୟ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳରେ ବଳବତ୍ତର ରହିବ।
କେନ୍ଦ୍ରୀୟ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁଯାୟୀ, ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀରେ ଏକ୍ୟୁଆଇ ୩୯୦ ରହିଥିଲା । ଏହା ଛଡ଼ା ଦିଲ୍ଲୀ ଦିଲ୍ଲୀର ଆନନ୍ଦ ବିହାର ସମେତ ୧୬ଟି ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍ କରିଛି । ଦୀପାବଳି ପୂର୍ବରୁ ଦିଲ୍ଲୀର ବାୟୁ ପ୍ରଦ୍ୟୁଷଣରେ ସୁଧାର ଦେଖିବାକୁ ମିଳିଥିବା ବେଳେ, ଦୀପାବଳି ପରେ ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣ ବଢ଼ିବାରେ ଲାଗିଛି ।



