ଉତ୍କଳ ଗୌରବ ମଧୁବାବୁଙ୍କ ସମାଧୂ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବିରେ କଟକ ନଗର ଭାରତୀୟ ଜନତା ପାର୍ଟି…

ସଂଜୟ ଶତପଥୀ(କଟକ):ଗୌରବ ଶ୍ରୀ ମଧୁସୂଦନ ଦାଶ ଓଡିଶା ପ୍ରଦେଶ ର ପ୍ରାଣ ପ୍ରତିଷ୍ଠାତା ଓ ଓଡ଼ିଆଙ୍କୁ ପ୍ରବଳ ଭଲ ପାଉଥିବା ଜଣେ ସାମାଜିକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଥିଲେ ।
ତାଙ୍କ ସ୍ବଦେଶ ତଥା ସ୍ୱଜାତି ପ୍ରୀତିର ତୁଳନା ନାହିଁ । ମେକ ଇନ ଓଡିଶା ତଥା ଶ୍ରୀଜଗନ୍ନାଥଙ୍କ ପାଇଁ କୋର୍ଟ ରେ ଇଂରେଜ ବିରୁଦ୍ଧରେ ଲଢ଼ିବା,ଉତ୍କଳ ସମ୍ମିଳନୀ ଦ୍ଵାରା ଓଡିଶାକୁ ସ୍ୱତନ୍ତ୍ର କରିବା ଆଦି ତାଙ୍କର ଓଡିଶାକୁ ବିଶେଷ ଅବଦାନ ଥିଲା ।

ଗାନ୍ଧିଜୀ ଓ ଗୋପବନ୍ଧୁ ଦାସ ମଧ୍ୟ ତାଙ୍କୁ ଖୁବ ସମ୍ମାନ ଦେଉଥିଲେ । ଓଡିଶାର ଘରେ ଘରେ ପରିଚିତ ମଧୁ ବାବୁ କଟକ ରେ ପ୍ରାୟ ଚାଳିଶ ବର୍ଷ ରହି ତାଙ୍କ ଜୀବନର ଅନେକ କୃତି ଓ ସ୍ମୃତି ଏଠାରେ ଛାଡି ଯାଇଛନ୍ତି,ମାତ୍ର ଆଜିର ପିଢ଼ିର ରାଜନୈତିକ ନେତା ଓ ପ୍ରଶାସନ ତାଙ୍କୁ ତାଙ୍କ ଅବଦାନ ପାଇଁ ଯେଉଁ ସମ୍ମାନ ଦେବା କଥା ତାହା ଦେଉନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ।

କଟକ ଗୋରାକବର ସ୍ଥିତ ମଧୁ ବାବୁଙ୍କ ସମାଧି ପୀଠରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପୁଷ୍ପ ହାର ପ୍ରଦାନ କରି ଶ୍ରୀ ବଡୁ ଏହି ସ୍ମୃତି ପୀଠକୁ ଜାତୀୟ ଐତିହ୍ୟ ମାନ୍ୟତା ଦେଇ ପର୍ଯ୍ୟଟନ ସ୍ଥଳୀ ଘୋଷଣା ପାଇଁ ଚଉବନ ଦିନ ଧରି ଦୈନିକ ପ୍ରାର୍ଥନା ଓ ଧାରଣା ଦେଉଥିବା ମଧୁସ୍ମୃତି ସୁରକ୍ଷା ମଞ୍ଚର ଦାବୀକୁ ଦୃଢ଼ ସମର୍ଥନ ଜଣାଇଛନ୍ତି ।ସେ କହିଥିଲେ ପର୍ଯ୍ୟଟନ ସ୍ଥଳୀ ହେଲେ ଏହି ଅଂଚଳର ସାମାଜିକ ଓ ଆର୍ଥିକ ଉନ୍ନତି ହେବା ସହିତ ମଧୁ ବାବୁଙ୍କ ବ୍ୟକ୍ତିତ୍ୱ ର ଆଭା ପ୍ରତି ଯୁବ ହୃଦୟରେ ନିଶ୍ଚିତ ପ୍ରକଟିତ ହେବ ।

ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏହି ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ଶ୍ରୀ ବଡୁ ଙ୍କ ସହ ଶ୍ରୀନିବାସ ରେଡି, ସନ୍ତୋଷ ମହାରଣା, ସୌମିତ୍ର ଦାଶ , ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ରୁଦ୍ର ନାରାୟଣ ଦାସ, ଅନୁପମ ଦାସ, ହୃଦାନନ୍ଦ ମହାନ୍ତି, ସରୋଜ ସାହୁ,ସୁମନ ରାଉତ, ଫିରୋଜ଼ ଖାନ, ସେକ ଅକିଲ, କବିନ୍ଦ୍ର ବେହେରା ସହ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀର ରୋଜଗାର ମେଳାରେ ସମ୍ବୋଧିତ କରି କହିଛନ୍ତି -'ମୁଁ ଏଠାରେ ଲୋକଙ୍କ ଯନ୍ତ୍ରଣା ଅନୁଭବ କରିଛି'...

Sun Oct 30 , 2022
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ସମ୍ମିଳନୀ ମାଧ୍ୟମରେ ଜାମ୍ମୁ କାଶ୍ମୀର ରୋଜଗାର ମେଳାରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ପ୍ରତିଜ୍ଞାକାରୀ ଯୁବକମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଜାମ୍ମୁ କାଶ୍ମୀରର ୨୦ ଟି ବିଭିନ୍ନ ସ୍ଥାନରେ ସରକାରରେ କାର୍ଯ୍ୟ କରିବାକୁ ୩୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉଛି। ଆଜି ନିଯୁକ୍ତି ପତ୍ର ପାଇଥିବା ସମସ୍ତ ଯୁବକଙ୍କୁ ଅନେକ ଅଭିନନ୍ଦନ | ପ୍ରଧାନମନ୍ତ୍ରୀ […]

You May Like

Pin It on Pinterest