ପ୍ରଧାନମନ୍ତ୍ରୀଙ୍କ‘ମନ୍‌ କୀ ବାତ୍‌’:ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ”…

ବାସ୍ତବ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍‌ କୀ ବାତ୍‌’ର ୯୪ତମ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର କୁନି ଦେହୁରୀ ଓ ଭୁବନେଶ୍ୱର ଆଇଆଇଟିର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସୌର ଶକ୍ତି ଉପଯୋଗର କଥା କହିଛନ୍ତି । ସୌର ଶକ୍ତିରୁ ଭାରତ ବିଦ୍ୟୁତ୍ ଉତ୍ପାନ କରୁଛି । ସେହିପରି ଚଳିତ ମାସରେ ୨୩ଟି ‘ଆଇଆଇଟି’ ସେମାନଙ୍କର ‘ରିସର୍ଚ ପ୍ରୋଜେକ୍ଟ୍‌’ ପ୍ରଦର୍ଶନ କରିବାକୁ ଆସିଥିଲେ। ନବଜାତକ ବା କୋଳଛୁଆଙ୍କ ପାଇଁ  ଆଇଆଇଟି-ଭୁବନେଶ୍ୱର ଟିମ୍‌ ଗୋଟାଏ ପୋର୍ଟେବ୍ଲ୍‌ ଭେଣ୍ଟିଲେଟର୍‌ ନିର୍ମାଣ କରିଛି। ଏହି ଭେଣ୍ଟିଲେଟର୍‌ ବ୍ୟାଟେରି ବଳରେ ଚାଲିପାରିବ। ଦୂରଦୂାନ୍ତର ଅଞ୍ଚଳରେ ଅପରିପକ୍ୱ ନବଜାତକମାନଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିହେବ ।

ଏହା ବ୍ୟତୀତ ଓଡ଼ିଶାର କେନ୍ଦୁଝର କର୍ଦ୍ଦାପାଳ ଗାଁର କୁନି ଦେହୁରୀଙ୍କୁ ନେଇ ରୋଜଗାରର ନୂଆ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୁନି ଦେହୁରୀ ବର୍ତ୍ତମାନ ସୌର ଶକ୍ତି ସହାୟତାରେ ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। । ସୌର ଶକ୍ତି ଜରିଆରେ ରୋଲିଂ ମେସିନ୍ ଚଳାଇ ସୂତା ଉତ୍ପାଦନ କରୁଛନ୍ତି । ସେ ଏଥିସହ ଆଦିବାସୀମାନଙ୍କୁ ସିଲ୍‌କ ପ୍ରସ୍ତୁତି ପାଇଁ ତାଲିମ ଦେଇ ରୋଜଗାରକ୍ଷମ କରାଉଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାମନଗର ଉପନିର୍ବାଚନ : ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ କରିବେବେ ଭୋଟଭିକ୍ଷା...

Mon Oct 31 , 2022
ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଭର୍ଚୁଆଲ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଧୁଷୁରୀ, ଅସୁରାଳି, ଦୋବଲ, ଧାମନମଗର ଓ ତିହିଡ଼ିର ୧୩ଟି ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଏଥିରେ ଯୋଗଦେବା ଲାଗି ଦଳ ପକ୍ଷରୁ ମହିଳାମାନଙ୍କୁ କୁହାଯାଇଛି। ୩ ତାରିଖରେ ଧାମନଗର ଉପନିର୍ବାଚନ ଭୋଟ୍‌, ୬ରେ ଗଣତି । […]

You May Like

Pin It on Pinterest