ଆସିଛି କଳାପାହାଡ଼, ଭାଙ୍ଗୁଛି ଧର୍ମର ବାଡ”- ମାତିଛନ୍ତି କଳାପାହାଡ ବଂଶୋଦ୍ଭ ଏକାଠି ହେଲେ ସାଧୁସନ୍ଥ …

ସଂଜୟ ଶତପଥୀ(କଟକ):ଗତ ମହାଜାଗତିକ ସୂର୍ଯ୍ୟପରାଗ ରେ ହେତୁବାଦୀ ସଂଗଠନ ପକ୍ଷରୁ ସନାତନ ଧର୍ମ, ଜ୍ୟୋତିଷ ଶାସ୍ତ୍ର ତଥା ହିନ୍ଦୁଧର୍ମର ପରମ୍ପରାକୁ ବିରୋଧ କରି ବିଜ୍ଞାନ ଓ ସମ୍ବିଧାନର ଦ୍ୱାହି ଦେଇ ସର୍ବସାଧାରଣରେ କୁକୁଡ଼ା ମାଂସ ବିରିୟାନୀ ବଣ୍ଟନ କରାଯିବାକୁ ତଥା ଏକ ନିର୍ଦ୍ଦିଷ୍ଟ ଜାତି ବ୍ରାହ୍ମଣ ଜାତି ପ୍ରତି ଅପମାନସୂଚକ ଶବ୍ଦ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ସଂପ୍ରତି ଏକ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ଘଟଣାକୁ ବହୁ ହିନ୍ଦୁ ସଂଗଠନ ତୀବ୍ର ବିରୋଧ କରିବା ବହୁ ହିନ୍ଦୁ ସଂଗଠନ ପକ୍ଷରୁ ହେତୁଵାଦୀ ସଂଗଠନର ମୂଖ୍ୟ ଙ୍କ ନାମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପୋଲିସ୍ ଥାନାରେ ଏତଲା ଦିଆଯାଇଛି। ଏପରିକି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜନୈକ ଆଇନଜୀବୀ ହେତୁବାଦୀ ସଂଗଠନ ର ମୁଖ୍ୟଙ୍କୁ ଲିଗାଲ ‌ନୋଟିସ୍ ଦେଇଥିବା ଜଣାପଡିଛି।ଏହି ହେତୁବାଦୀ ସଂଗଠନ ଆସନ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ରେ ପୁନର୍ବାର ସେହି କୁକୁଡ଼ା ମାଂସ ବିରିୟାନୀ ସର୍ବସାଧାରଣରେ ‌ବାଣ୍ଟିଵାର ଯୋଜନା ର ଆହ୍ବାନ ର କଡାମୁକାବିଲା କରିବାକୁ ରବିବାର କଟକ ର ବେଲଗଛିଆସ୍ଥିତ କ୍ରିୟା ଯୋଗ ଆଶ୍ରମରେ ମହାମଣ୍ଡଳେଶ୍ବର, ଉତ୍ତରାଖଣ୍ଡ ତଥା ଧର୍ମାଚାର୍ଯ୍ୟ ପୂଜ୍ୟ ସ୍ବାମୀ ଶ୍ରୀ ଶଙ୍କରାନନ୍ଦ ଗିରି ଙ୍କ ସଭାପତିତ୍ବରେ ଏକ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ସନାତନ ଧର୍ମ, ଜଗନ୍ନାଥ ସଂସ୍କୃତି ଓ ହିନ୍ଦୁ ଧର୍ମକୁ ପରିହାସ ତଥା ସର୍ବସାଧାରଣରେ ନିନ୍ଦିତ କରୁଥିବା ଏହି ନିର୍ଦ୍ଦିଷ୍ଟ ସଂଗଠନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଦାବିପତ୍ର ଦେବାସହ ସନାତନ ଧର୍ମର ରକ୍ଷା ଲାଗି ପ୍ରଚେଷ୍ଟା ତଥା ଦରକାର ହେଲେ ଆନ୍ଦୋଳନ କରିବାକୁ ସ୍ଥିର ହେବା ମତପ୍ରକାଶ ପାଇଥିଲା।

ଏହି ସମ୍ମିଳନୀରେ ପଣ୍ଡିତ ଶ୍ରୀ ଦିବାକର ମିଶ୍ର, ପଣ୍ଡିତ ଶ୍ରୀ ମନୋଜ ମିଶ୍ର,ପୁରୀ, ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ, ପଣ୍ଡିତ ଶ୍ରୀ ହରିଶଙ୍କର ମିଶ୍ର, ସଦସ୍ୟ, ମୁକ୍ତିମଣ୍ଡପ,ପୁରୀ, ପଣ୍ଡିତ ଶ୍ରୀ ପ୍ରମୋଦ ଶତପଥିଙ୍କ ସହ ପ୍ରସିଦ୍ଧ ଛତିଆ ବଟ ର ସାଧୁ ଶ୍ରୀ କୁନିବାବା, ଓଡ଼ିଶାର ବିଶିଷ୍ଟ ଖଡୀରତ୍ନଵୀତ୍ ଉମାକାନ୍ତ ଖଡୀରତ୍ନଙ୍କ ସୁପୁତ୍ର ଏବଂ ବହୁ ସାଧୁ ସନ୍ଥ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।ଏହି ସମ୍ମିଳନୀରେ ଶ୍ରେଷ୍ଠ ହିନ୍ଦୁ ସଂଗଠନ ଆଦିତ୍ୟ ବାହିନୀର ମୂଖ୍ୟ ଶ୍ରୀ ଲିଙ୍ଗରାଜ ପତି‌ ଓ ସଦସ୍ୟଗଣ, ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ସଭାପତି ଓ ସଦସ୍ୟଗଣ ଯୋଗଦେଇ ଯଦି ପ୍ରଶାସନ ପଦକ୍ଷେପ ନେବାକୁ ହେଳା କରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ଦେଇଥିଲେ।

ସନାତନ ଧର୍ମ ସୁରକ୍ଷା ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଥୂବା ବେଳେ ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ର ମୁଖ୍ୟ ପଣ୍ଡିତ ଶ୍ରୀ ନିରାକାର ଦାଶ ଧନ୍ୟବାଦ ଅର୍ପଣ କରିବା ସହ ଏହି ସଙ୍କଟ ସମୟରେ ସମସ୍ତ ହିନ୍ଦୁମାନେ ଏକାଠି ହୋଇ ଏହାର ମୁକାବିଲା କରିବାକୁ ଆହ୍ବାନ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲFAP ଦ୍ୱାରା 'ବେଷ୍ଟ ସ୍କୁଲ ଆୱାର୍ଡ଼' ରେ ସମ୍ମାନିତ...

Mon Oct 31 , 2022
ମନୋଜ ମହାନ୍ତି(ଭୁବନେଶ୍ବର): ଚଳିତ ବର୍ଷ ୨୦୨୨ ପାଇଁ FAP ( ଫେଡେରେଶନ୍ ଅଫ ପ୍ରାଇଭେଟ୍ ସ୍କୁଲ ଆଣ୍ଡ ଆସୋସିଏସନ୍ ଅଫ ପଞ୍ଜାବ) ତରଫରୁ ଭୁବନେଶ୍ୱର ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲକୁ ‘ବେଷ୍ଟ ସ୍କୁଲ ଆୱାର୍ଡ଼’ – ୨୦୨୨ (ଇନ୍ଫ୍ରାଷ୍ଟ୍ରକଚର୍ କାଟାଗୋରୀ) ପ୍ରଦାନ କରାଯାଇଅଛି ।ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ୱରୂପା ନନ୍ଦ ମିଶ୍ରଙ୍କୁ ନିଜର କର୍ମ, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ପରିଚାଳନା ପାଇଁ ଡାଇନାମିକ୍ ପ୍ରିନ୍ସିପାଲ୍ ଆୱାର୍ଡ […]

You May Like

Pin It on Pinterest