କେନ୍ଦ୍ରସରକାରଙ୍କ ବଡ ନିଷ୍ଗୁପତି ଗୁଜରାଟରେ ରହୁଥିବା ବିଦେଶୀ ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା…

ବାସ୍ତବ ବ୍ୟୁରୋ : ଗୁଜରାଟରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଡ ନିଷ୍ପତ୍ତି । ପଡୋଶୀ ଦେଶ ଯେମିତିକି ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକଙ୍କୁ ମିଳିବ ନାଗରିକତା । ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି।

ସୂଚନା ଥାଉ କି, ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ଦେବାର ପ୍ରାବଧାନ ରହିଛି । କିନ୍ତୁ ଦେଶରେ ଏ ପର୍ଯ୍ୟନ୍ତ ସିଏଏ ଲାଗୁ ହୋଇ ନାହିଁ। ତେଣୁ ନାଗରିକତା ଆଇନ, ୧୯୫୫ ଅନୁଯାୟୀ ନାଗରିକତା ପ୍ରଦାନ କରାଯାଉଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅଧିସୂଚନା ଅନୁଯାୟୀ, ଗୁଜରାଟର ଆଣନ୍ଦ ଏବଂ ମେହସାଣା ଜିଲ୍ଲାରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତର ନାଗରିକତା ଭାବେ ପଞ୍ଜିକରଣ ପାଇଁ ଅନୁମତି ପ୍ରଦାନ କରାଯିବ। ପୁଣି ଦେଶର ନାଗରିକ ହେବାର ସାର୍ଟିଫିକେଟ୍ ଦିଆଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ବ ବୁଝୁଛନ୍ତି ନା ଗୁମାସ୍ତା ବୁଝୁଛନ୍ତି ? ଆଗକୁ ନାଗଫାଶରେ ସମସ୍ତେ ଫସିବେ-ଧର୍ମେନ୍ଦ୍ର ପ୍ରଧାନ...

Tue Nov 1 , 2022
ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା। ଶେଷ ଦିନରେ ବିଜେଡି ଓ ବିଜେପି ନିଜ ନିଜର ମାଷ୍ଟର କାର୍ଡ ଖେଳିଥିଲେ ।ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇ ଥିବାବେଳେ, ବାଟ ଘେରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର ସମୟରେ ୧୮ ମାସରେ ୫ ବର୍ଷର କାମ ହୋଇପାରିବ ଓ ଧାମନଗର ଦାୟିତ୍ବ ନିଜେ ନେବେ ବୋଲି କହିଥିଲେ | […]

You May Like

Pin It on Pinterest