ରେଭେନ୍ସା ରେ ଏବିଭିପିର କ୍ୟାମ୍ପସ ୟୁନିଟ୍ ଘୋଷଣା…

ସଂଜୟ ଶତପଥୀ(କଟକ): ରେଭେନ୍ସା ବିଶ୍ଵବଦ୍ୟାଳୟରେ ଭାରତୀୟ ବିଦ୍ୟାର୍ଥୀ ପରିଷଦର କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇ ଯାଇଁଛି।

ଏହି ୟୁନିଟରେ ସଭାପତି ଭାବେ ଛାତ୍ରନେତା ସାଗର ଗୋଚ୍ଛାୟତ ଏବଂ ସମ୍ପାଦକ ଭାବେ ସିପକ କୁମାର ଜେନା ଦାୟିତ୍ଵ ଗ୍ରହଣ କରିଛନ୍ତି। ସାଂସ୍କୃତିକ ସମ୍ପାଦକ ଦେବପ୍ରସାଦ ବେହେରା, କ୍ରୀଡା ସମ୍ପାଦକ ଭାବେ ସତ୍ୟବାନ୍ ସେଠୀ, ଷ୍ଟୁଡେଣ୍ଟ୍ ଫର୍ ସେବାର ସମ୍ପାଦକ କିଶୋର ମିଶ୍ର ଏବଂ ଷ୍ଟୁଡେଣ୍ଟ୍ ଫର୍ ଡେଭଲପମେଣ୍ଟ ସମ୍ପାଦିକା ଭାବେ ଶ୍ୱେତପଦ୍ମା ବେହେରା। ମିଡିଆ ସଂଯୋଜିକା ଭାବେ ଦିପ୍ତି ପାତ୍ର, ହଷ୍ଟେଲ ଏବଂ ଆଲୋଚନା ଚକ୍ର ସଂଯୋଜକ ଭାବେ ତାପସ ଦାସ ଏବଂ ମୟଙ୍କ ପାଠକ ଦାୟିତ୍ଵ ବହନ କରିଛନ୍ତି।

ପ୍ରତେକ ବର୍ଷ ବିଦ୍ୟାର୍ଥୀ ପରିଷଦ ଦ୍ଵାରା ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ନେତୃତ୍ବ ଗଠନ କରିବା ପାଇଁ ୟୁନିଟ୍ ଘୋଷଣା କରାଯାଇ ଥାଏ। ଚଳିତ ବର୍ଷ ଶିକ୍ଷା ବର୍ଷରେ ୟୁନିଟ ର ସଭାପତି ଏବଂ ସମ୍ପାଦକ ନେତୃତ୍ୱରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଦାବି ରଖିବା ସହ ଛାତ୍ରଛାତ୍ରୀ ମାନଙ୍କର ବେକ୍ତିତ୍ଵ ବିକାଶ ନିମନ୍ତେ ବିଭିନ୍ନ ପ୍ରକାରର ରଚନାତ୍ମକ କାର୍ଯ୍ୟକର୍ମ ଅନୁଷ୍ଠିତ କରିବା ପାଇଁ ନିଷ୍ପତି ହୋଇଛି।

ପରିସର ରେ ଗଣତାନ୍ତ୍ରିକ ଉପାୟରେ ଶୁଙ୍ଖଳାର ସହିତ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ପ୍ରଶାସନ ସାମ୍ନା ରେ ଦାବି ଉପସ୍ଥାପନ କରାଇବା ପାଇଁ ସମସ୍ତ କାର୍ଯ୍ୟକର୍ତା ନିଜର ମତ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Wed Nov 2 , 2022
ବାସ୍ତବ ବ୍ୟୁରୋ: ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୦ରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ। ଗସ୍ତ କାଳରେ ସେ ରାଜଭବନରେ ଅବସ୍ଥାନ କରିବେ ଓ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ୧୧ ତାରିଖରେ ଦିଲ୍ଲୀ ଫେରିଯିବେ। ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି। […]

You May Like

Pin It on Pinterest