
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଗୋଡଭଗା – ତୁରୁମ ୫୪ନଂ ରାଜ୍ୟ ରାଜପଥ ରେ ଦିନ ଦ୍ୱିପହ ରେ ବଡ ବଡ ହାଇୱା ସାହାଯ୍ୟରେ ଇନ୍ଦ୍ର ଚନ୍ଦ୍ର ନମାନି ମାଟି ବାଲି ମାଫିଆ ମାନେ କିଛି ଅସାଧୁ ଅଧିକାରୀ ମାନଙ୍କ ଦ୍ଵାରା ହାତ ମିଳାଇ ରାଜସ୍ବ ହାନି କରିବା ସହ ଯିବା ଆସିବା ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର ର କାରଣ ହୋଇଛି ।
ଏନେଇ ତହସିଲ ପକ୍ଷରୁ ଚଢ଼ଉ ମଧ୍ୟ ହେଉଛି,ହେଲେ ଏବେ ବି ରାସ୍ତା ଘାଟ ତଥା ରାଜରାସ୍ତା କଡ଼ରେ ବାଲି, ଗୋଡ଼ି,ମାଟି କଡ଼ରେ ପକାଇ ବେପାର ଚଳାଉ ଥିବାବେଳେ ଲୋକେ ତଥା ସ୍କୁଲ ପିଲା ଯିବା ଆସିବାରେ ସୁରକ୍ଷିତ ମଣୁ ନାହାନ୍ତି ।ବାଲି ମାଟି ଚୋରା ଚାଲାଣ ପାଇଁ ବିଭିନ୍ନ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ତିନୋଟି ଟିମ୍ ଗଠନ କରି ଚଢ଼ଉ ମଧ୍ୟ ହେଉଛି ସତ,ହେଲେ ଯଥା ପୂର୍ବମ ତଥା ପରମ୍ ଅବସ୍ଥା ।
ଦିନରାତି ବାଲିମାଟି ଚୋରା ଚାଲାଣ କରି ଦୌରାତ୍ମ ବଢ଼ାଇ ଚାଲିଛନ୍ତି ।ଏନେଇ ଅତାବିରା ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୋଡଭଗା- ତୁରୁମ୍ ରୋଡ ରେ ଅତାବିରା ଏନ୍ ଫୋର୍ସମେଣ୍ଟ ଟିମ୍ ଭେଡେନ ତହସିଲ ଅଞ୍ଚଳ ଲୁହାଖଣ୍ଡି ରୁ ଆସୁଥିବା ବେଳେ ସକାଳ ୭ଟା ୩୦ମିନିଟ ସମୟରେ ୫ଟି ବାଲି ବୋଝେଇ ହାଇୱା କୁ ଦୁଲମ ପୁର ରୁ ଗମ୍ଭାରୀ ପାଲି ମଝିରେ ଅଟକ ରଖି ତନାଘନା ପରେ ଗୋଟିଏ ହାଇୱା ର କାଗଜ ପତ୍ର ଠିକ୍ ଥିବା ବେଳେ ତାକୁ ଯାଞ୍ଚ୍ ସ୍ଥଳରୁ ଛାଡ଼ି ଦିଆ ଯାଇଥିବା ବେଳେ ୪ଟି ହାଇୱା ଗାଡ଼ି ନଂ ଓଡି ୧୭ଏଲ ୬୯୭୯,ଓଡ଼ି ୧୭ଏଲ ୬୯୭୨,ଓଡ଼ି ୧୭ ପି ୮୬୮୯,ଓଡ଼ି ୧୭ଏସ୍କ୍ ୫୯୩୨ ହାଇୱା ଗୁଡ଼ିକ ଠାରୁ ଗାଡ଼ି ପିଛା ୪୦ହଜାର,ସର୍ବ ମୋଟ ୧ଲକ୍ଷ ୬୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇ ଗାଡି ଗୁଡ଼ିକୁ ଛାଡ଼ି ଦିଆଯାଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି ।
ଏନ୍ ଫୋର୍ସ ମେଣ୍ଟ ଟିମ୍ ରେ ରାଜସ୍ବ ପରିଦର୍ଶକ ରୁସଭ ସାହୁ,ଆର୍ ଆଇ ଅତାବିରା ସୁବୋଧ ଚୌହାନ,ପାହାଡ ଶ୍ରୀଗିଡ଼ା ଆର୍ ଆଇ ହରି ଚନ୍ଦନ ବେହେରା, ଜହ୍ନାପଡ଼ା ଅତିରିକ୍ତ ଆର୍ ଆଇ ସଙ୍କୀର୍ତ୍ତନ ମହାକୁର,କୁଳୁଣ୍ଡା ଅତିରିକ୍ତ ଆର୍ ଆଇ ରୂପକ କୁମାର ଭୋଇ ଙ୍କ ସମେତ ଅତାବିରା ପୋଲିସ ସମେତ ଗୋଡଭଗା ପୋଲିସ ର ସକ୍ରିୟ ସହ ଯୋଗ ରହିଥିବା ଜଣାପଡ଼ିଥିବା ବେଳେ ଆଗାମୀ ଦିନରେ ଚୋରା ଚାଲାଣ ତଥା ବାଲି ମାଟି କାରବାର ଉପରେ ଚଢ଼ଉ ଜାରି ରହିବ ବୋଲି ଜଣା ପଡିଛି ।



