ଆଜି ସକାଳ ୭ରୁ ଆରମ୍ଭ ହେଲା ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ…

ଭଦ୍ରକ :ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ ଆରମ୍ଭ ହେଲା।ଆଜି ସକାଳ ୭ରୁ ଧାମନଗର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି।

ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଚାଲିବ। ଭୋଟର ପରିଚୟପତ୍ର ବ୍ୟତୀତ ସ୍ୱୀକୃତିପ୍ରାପ୍ତ ଅନ୍ୟ ୧୨ଟି ଡକ୍ୟୁମେଣ୍ଟକୁ ମଧ୍ୟ ଦେଖାଇ ଭୋଟ ଦେଇହେବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତିହିଡିର ୭୦ ବୁଥରେ ୬୮ ହଜାର ୫୦୬ ଜଣ ଭୋଟର ଭୋଟ ଦେବେ। ସେହିପରି ଧାମନଗର ବ୍ଲକର ୧୮୨ଟି ବୁଥରେ ମୋଟ ୧ ଲକ୍ଷ ୭୯ ହଜାର ୮୩୮ ଜଣ ଭୋଟର ଭୋଟ ଦେବେ। ଆଜି ମୋଟ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର ଭୋଟ ଦେବାକୁ ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୧୪ ଜଣ ଭୋଟର ମତଦାନ କରିବେ।

ଭୋଟଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୯୯୭ ଜଣ ପୁଲିସ କର୍ମଚାରୀଙ୍କୁ ବିଭିନ୍ନ ମତଦାନ କେନ୍ଦ୍ରରେ ନିୟୋଜିତ କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ୧୨୬ଟି ୱେବ୍ କଷ୍ଟ ବୁଥ କରାଯାଇଥିବା ବେଳେ ୧୫ଟି ଆଦର୍ଶ ବୁଥ୍‌ ଓ ମହିଳାଙ୍କ ନିମନ୍ତେ ୫ଟି ପିଙ୍କ୍‌ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍‌ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ବୁଥ୍‌ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘୋଷଣା ହେଲା ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ...

Thu Nov 3 , 2022
ବାସ୍ତବ ବ୍ୟୁରୋ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ଆଜି (ଗୁରୁବାର) ଦିନ ୧୨ ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧ ଓ ୫ ରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଭୋଟ୍‌ ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ […]

You May Like

Pin It on Pinterest