ଘୋଷଣା ହେଲା ଗୁଜୁରାଟ ବିଧାନସଭା ନିର୍ବାଚନ ତାରିଖ…

ବାସ୍ତବ ବ୍ୟୁରୋ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ଆଜି (ଗୁରୁବାର) ଦିନ ୧୨ ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧ ଓ ୫ ରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଭୋଟ୍‌ ଗଣନା କରାଯିବ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ ନଭେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦ ନଭେମ୍ବରରେ ବିଜ୍ଞପ୍ତ ପ୍ରକାଶ ପାଇବ। ୧୪ ନେଭେମ୍ବରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ୧୭ ନଭେମ୍ବରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ନଭେମ୍ବର ୧୫ ରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନଭେମ୍ବର ୧୮ ରେ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲର ଯାଞ୍ଚ ହେବ। ନେଭମ୍ବର ୧୭ ଏବଂ ୨୧ ରେ ନାମାଙ୍କନ ପ୍ରତ୍ୟାହାର ହେବ ।  ୧ ଏବଂ ୫ ଡିସେମ୍ବରରେ ହେବ ମତଦାନ। ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ସହ ୮ ଡିସେମ୍ବରରେ ଆସିବ ଫଳାଫଳ ଏବଂ ୧୦ ଡିସେମ୍ବର ମଧ୍ୟରେ ସରିବ ସମସ୍ତ ନିର୍ବାଚନ ପ୍ରକ୍ରିୟା।

ଗୁଜରାଟ ରାଜ୍ୟର ୧୮୨ଟି ବିଧାନସଭା ଆସନ ନିମନ୍ତେ ୫୧,୭୮୨ଟି ପୋଲ୍‌ ଷ୍ଟେସନ୍‌ ଗଠନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ସୂଚନା ଦେଇଛନ୍ତି। ସେଥିରୁ ୧,୨୭୪ଟି ପୋଲ୍‌ ଷ୍ଟେସନ୍‌ ସମ୍ପୂର୍ଣ୍ଣରୂପେ ମହିଳା ପୋଲିଙ୍ଗ୍‌ ଓ ମହିଳା ନିରାପତ୍ତା କର୍ମଚାରୀମାନଙ୍କ ଦ୍ବାରା ପରିଚାଳିତ ହେବ।

ସେହିପରି, ୮୦ ବର୍ଷରୁ ଅଧିକ ବୟସର ଭୋଟରମାନଙ୍କ ନିମନ୍ତେ ‘ହୋମ୍‌ ଭୋଟିଙ୍ଗ୍‌’ ସୁବିଧା କରାଯିବ । କରୋନା ରୋଗୀଙ୍କୁ ଘରୁ ମତଦାନ କରିବାର ସୁବିଧା ମିଳିବ। ସେହିପରି କେହିବି ଭୋଟର ଯଦି ମତଦାନକୁ ନେଇ କୌଣସି ଅଭିଯୋଗ କରିବାକୁ ଚାହୁଁଥିବେ ତେବେ ସେ ଫୋନ୍ ଯୋଗେ ଅଭିଯୋଗ କରିପାରିବେ। ୬୦ ମିନିଟ୍ ମଧ୍ୟରେ ଟିମ୍ ଗଠନ କରି ୧୦୦ ମିନିଟ୍ ମଧ୍ୟରେ ଅଭିଯୋଗର ସମାଧାନ କରାଯିବା ନେଇ କହିଛନ୍ତି ନିର୍ବାଚନ ଆୟୋଗ ।

ସମଗ୍ର ଭୋଟ୍‌ ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ଭୋଟର୍‌ମାନଙ୍କ ଅଂଶ ଗ୍ରହଣ ଉପରେ ନିର୍ବାଚନ କମିସନ୍‌ ବିଶେଷ ଗୁରତ୍ବାରୋପ କରିଥିବା କଥା ଜଣାପଡ଼ିଛି। ନିର୍ବାଚନ କମିସନର୍‌ କହିଛନ୍ତି, ଏନ୍‌ରୋଲ୍‌ମେଣ୍ଟ୍‌ ସୁବିଧା ନିମନ୍ତେ ଜିଲ୍ଲାୱାରି ବିଶେଷ ଶିବିର ଆୟୋଜନ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକରେ ମହାସମାରୋହରେ ଗୋପାଷ୍ଟମୀ ଉତ୍ସବ ପାଳିତ

Thu Nov 3 , 2022
ସଂଜୟ ଶତପଥୀ(କଟକ): ପବିତ୍ର ଗୋପାଷ୍ଟମୀ ଉତ୍ସବରେ କଟକ ନଗର ବିଶ୍ବନାଥ ଗୋପାଳ ସମିତି ପକ୍ଷରୁ କଟକର ଚଉଧୁରୀବଜାରସ୍ଥିତ ଆଧ୍ୟାତ୍ମିକ ମଣ୍ଡପ ମାରୁତି ମଣ୍ଡପଠାରେ ସମିତିର ସଭାପତି ଶ୍ରୀ ପ୍ରଦୀପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ଚଉଧୁରୀ ବଜାର ପୁଜା କମିଟିର ସଭାପତି ଶ୍ରୀ ଦେବାଶିଷ ରାୟ ମୂଖ୍ୟ ଅତିଥି ଓ ସମ୍ପାଦକ ଶ୍ରୀ ପୂର୍ଣଚନ୍ଦ୍ର ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋମାତାଙ୍କ ପୁଜାର୍ଚ୍ଚନା […]

You May Like

Pin It on Pinterest