
ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ,ସବୁ ଦଳର ନେତା ଓ କର୍ମୀମାନେ ସଜାଗ ହୋଇଉଠିଛନ୍ତି । ଏଥର ଗୁଜୁରାଟରେନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟି,ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ସିଏମ୍ ପ୍ରାର୍ଥୀ ଘୋଷଣା କରିବ।
ସୂଚନା ଥାଉକି, ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଗୁରୁବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଗୁଜୁରାଟ ବିଧାନସଭାର କାର୍ଯ୍ୟକାଳ ୧୮ ଫେବୃଆରୀ ୨୦୨୩ ରେ ଶେଷ ହେଉଛି । ଆଜିର ପ୍ରରଥୀ ଘୋଷଣା ପରେ ଦେଖିବାକୁ ବାକି ରହିଲା ଆପ ର ମୁଖ୍ୟମାନ୍ତ୍ରୀ ପ୍ରାର୍ଥୀକୁ କେତେଦୂର ଗ୍ରହଣ କରୁଛନ୍ତି ଗୁଜୁରାଟବାସୀ ।ଏଥର ଗୁଜୁରାଟ ନିର୍ବାଚନ ରୋଚକ ହେବବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।