ବାସ୍ତବ ବ୍ୟୁରୋ: ଆଜିଠୁ ୨୦୧୯ ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଆରମ୍ଭ କରିଛି । ରାଜ୍ୟରେ ସମସ୍ତ ସହରାଅଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଚାର ଆରମ୍ଭ କରିବା ସହ ବିଜୟ ସଂକଳ୍ପ ଯାତ୍ରା କରିବ । ଏଥିଲାଗି ଦଳ ମାତ୍ର ୮ଦିନ ମଧ୍ୟରେ ୫ହଜାରରୁ ଅଧିକ ସଭା କରିବ ।
ବିଜେପି ଦଳର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ରଙ୍କ କହିବା ଅନୁଯାୟୀ ଆଜିଠାରୁ ଆସନ୍ତା ୧୭ ତାରିଖ ଯାଏ ଦଳର ଏହି କାର୍ଯ୍ୟକ୍ରମ ଚାଲିବ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ନବୀନ ସରକାର ବଦଳିବା ସହ ବିଜେପି ଭୋଯର ମାନଙ୍କୁ ଆକୃଷ୍ଠ କରିବା । ତେବେ ଏନେଇ ଆଜି ଅନୁଗୁଳରେ ଏହି ଯାତ୍ରା ଆରମ୍ଭ ହୋଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ତିତଥିଲେ ।